ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର

ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ୫,୫୦୦ ଦାବି କରି ଦ୍ବିତୀୟ କିସ୍ତିରେ ୨ ହଜାର ନେଉଥିଲେ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ। ଧରାପଡ଼ିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍‌ର ରେଡ୍‌ ଜାରି ରଖିଛି।ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ସର୍ଜରୀ ସ୍ପେସାଲିଷ୍ଟ। ଡାକ୍ତର ଜଣଙ୍କ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ମୃତ ପୁଅର ପୋଷ୍ଟମର୍ଟମ ରିପୋର୍ଟ ପ୍ରଦାନ କରିବା ପାଇଁ ଏବଂ ବିଚାର ସମୟରେ କୋର୍ଟରେ ଅନୁକୂଳ ପ୍ରମାଣ ଦାଖଲ କରିବାର ପ୍ରତିଶ୍ରୁତି ସହିତ ମୋଟ ୫,୦୦୦ ଟଙ୍କା ଦାବି କରିଥିଲେ। ହେଲେ ଦ୍ୱିତୀୟ କିସ୍ତି ଭାବରେ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital