ଭିଜିଲାନ୍ସ ଜାଲରେ ରାଉରକେଲା ବନଖଣ୍ଡର ବିଶ୍ରା ଡେପୁଟି ରେଞ୍ଜର ଅସିତ୍ ପଟ୍ଟନାୟକ । ସୂଚନା ଅନୁସାରେ ବନବିଭାଗରେ ଲାଗିଥିବା ଗାଡ଼ି ଭଡ଼ା ଏପ୍ରିଲ ମାସର ବିଲ୍ କରାଇବା ଓ ପୁନର୍ବାର ଗାଡିକୁ ମେ ମାସ ଠାରୁ ବିଭାଗରେ ଭଡ଼ା ସୂତ୍ରରେ ଲଗାଇ ଦେବା ପ୍ରତିଶୃତି ଦେଇ ୧୮ ହଜାର ଟଙ୍କା ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ ।ଭିଜିଲାନ୍ସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି। ଡେପୁଟି ରେଞ୍ଜର ତାଙ୍କ ଜ୍ଞାତ ଆୟ ଉତ୍ସ ଠାରୁ ଅଧିକ ସମ୍ପତ୍ତି ସଂଗ୍ରହ କରିଛନ୍ତି କି ନାହିଁ ତାହା ଜାଣିବା ପାଇଁ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ଧାରା ୭ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।