ଦିଲ୍ଲୀ ସ୍ଥିତି ଲାଲ୍ କିଲ୍ଲା ପରିସରରେ ଗତ ମଙ୍ଗଳବାର ପ୍ରାୟ ଏକ କୋଟି ଟଙ୍କାର କଳସ ଚୋରି ହୋଇଯାଇଛି । କୁହାଯାଉଛି ଲାଲ୍ କିଲ୍ଲା ପରିସରରେ ଏକ ଧାର୍ମିକ ଅନୁଷ୍ଠାନ ଚାଲୁଥିଲା । ଏହି ସମୟ ମଧ୍ୟରେ କେହି ଦୁର୍ବୃତ୍ତ ୭୬୦ ଗ୍ରାମର ସୁନା ଓ ୧୫୦ ଗ୍ରାମର ହୀରା, ମାଣିକ୍ୟ, ଲାଗିଥିବା କଳସ ଚୋରି କରିନେଇଛି । ବର୍ତ୍ତମାନ ଘଟଣାର ଯାଞ୍ଚ କରୁଛି ପୁଲିସ ।ଜୈନ ମୁନି ବେଶରେ ଆସିଥିଲା ଚୋର । ଆଖି ପିଛୁଳାକେ ବୁଲାଇଦେଲା କଳାକନା । ସୂଚନା ଅନୁସାରେ ଲାଲକିଲ୍ଲା ପରିସରରେ ୧୫ଦିନ ଧରି ଚାଲୁଛି ଜୈନଧର୍ମର ଏକ କାର୍ଯ୍ୟକ୍ରମ । ଦେଶ ବିଦେଶରୁ ହଜାର ସଂଖ୍ୟକ ଧର୍ମାଲମ୍ବୀ ସାମିଲ ହୋଇଛନ୍ତି । ସୁରେନ୍ଦ୍ର ଜୈନ ନାମକ ବ୍ୟବସାୟୀ ପ୍ରତିଦିଦ ଏହି କଳସକୁ ସ୍ବତନ୍ତ୍ର ପୂଜାରେ ସ୍ଥାପନ କରିଥାନ୍ତି ତେବେ ମୌକା ଦେଇ ବେଶଭୂଷା ବଦାଳାଇ କଳସ ଚୋରି କରିଛି ଅଭିଯୁକ୍ତ । ସେପଟେ ଉତ୍ତରପ୍ରଦେଶ ସରକାରଙ୍କ ଯଥାଶିଘ୍ର ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ କରୁନ୍ତୁ ବୋଲି ସମାଜବାଦି ପାର୍ଟି ଦାବି କରିଛି ।ଲାଲ୍ କିଲ୍ଲା ଭିତରୁ କୌଣସି ଚୋରି ହୋଇନି ବରଂ ପାର୍କରୁ ଚୋରି ହୋଇଛି ବୋଲି ପୁଲିସ ସୂଚନା ଦେଇଛି । ସନ୍ଦିଗ୍ଧର ଗତିବିଧି ସିସିଟିଭି ଫୁଟେଜରେ କଏଦ ହୋଇଛି । ପୁଲିସ ଚିହ୍ନଟ କରିଛି ଏବଂ ଖୁବ୍ ଶୀଘ୍ର ସେ ଗିରଫ ହେବ ବୋଲି ପୁଲିସ ସୂଚନା ଦେଇଛି ।
