ଲାୟନ୍ସ କ୍ଳବ୍, ନାଗାବଳୀ ରାୟଗଡ ର ନୂତନ କର୍ମକର୍ତ୍ତା ସଂସ୍ଥାପନ ଏବଂ ନୂତନ ସଭ୍ୟା/ସଭ୍ୟ ପ୍ରବେଶ ସମାରୋହ

ଆଜି ସଂଧ୍ୟାରେ, ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ଲାଇନ୍.ଶୁଭ୍ରା ପଣ୍ଡା, ଡଃ ବିପିନ ବିହାରୀ ବିଶ୍ୱାଳ, ଏଵଂ ସୁଦର୍ଶନ ପାଢ଼ୀ ଯଥାକ୍ରମେ ସଭାପତି ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଜ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଲାଇନ୍.ଅଜିତ କୁମାର ପାଣିଗ୍ରାହୀ ଏଵଂ ଲାବଣ୍ୟ ମୋହନ ପଟ୍ଟନାୟକ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ଉପସଭାପତି ଭାବେ ନିଜନିଜ ଦାୟିତ୍ଵ ତୁଲାଇବେ। ଲାଇନ୍.ଇ. ଅଶ୍ଵିନୀ କୁମାର ଦାସ, ପ୍ରଥମ ଜିଲ୍ଲା ଗଭର୍ଣ୍ଣର ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ସଂସ୍ଥାପନ ତଥା ଶପଥ ପାଠ ଏବଂ ଲ।ୟନ୍ସ ଡଃ ଦୁଃଖିଶ୍ୟାମ ଦାସ ନୂତନ ଭାବେ ଯୋଗ ଦେଇଥିବା ସମସ୍ତ ସଭ୍ୟ/ସଭ୍ୟା ମାନଙ୍କୁ କ୍ଳବ ର ନୀତି, ଆଦର୍ଶ ବିଷୟରେ ଅବଗତ କରାଇବା ସହ ଶପଥ ପାଠ କରାଇଥିଲେ ଏବଂ ଉପଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଆଞ୍ଚଳିକ ସଂଯୋଜକ ଲାୟନ୍ସ ଶ୍ରୀ ଭି.ଭାସ୍କର ରାଓ ଏଵଂ ଯୋନ ସଂଯୋଜକ ଡ.ପ୍ରସନ୍ନ କୁମାର ଗନ୍ତାୟତ ଏବଂ ରାୟଗଡ କ୍ଳବର ସମସ୍ତ ମେମ୍ବର, ଓ ଅପରାଜିତା କ୍ଳବର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଉପସଭାପତି ,walkers club ର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ସଭ୍ୟ ଏବଂ ନାଗାବଳୀ ଲାଏନ୍ସ କ୍ଳବ ର ସମସ୍ତ ସଭ୍ୟ/ସଭ୍ୟାଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସଭାପତି ଶୁଭ୍ରା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ,ସମ୍ପାଦକ ଡଃ ବିପିନ ବିହାରୀ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପଠନ,ଚାର୍ଟର ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ କୁମାର ମହାନ୍ତି କ୍ଳବ ର ନୀତି, ଆଦର୍ଶ, କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଲାୟନ୍ସ ରୁବିରାଣୀ କୁଣ୍ଡୁ କାର୍ଯ୍ୟକ୍ରମ ସଂଯୋଜନା ଏବଂ କୋଷାଧ୍ୟକ୍ଷ ସୁଦର୍ଶନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଲାୟନ୍ସ ରବିନାରାୟଣ ଶତପଥୀ ଓ ଅଞ୍ଜଳି ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ମହିଳା ମହାବିଦ୍ୟାଳୟ ଛାତ୍ରୀମାନେ ଓଡ଼ିଶୀ ନୃତ୍ୟ, ଆଦିବାସୀ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ।ଗତ ୨୪-୨୫ ଲାୟନ୍ସ ବର୍ଷରେ ନାଗାବଳୀ କ୍ଲବର ଉଲ୍ଲେଖନିୟ ସଫଳତା ପାଇଁ ସଭାପତି ଶୁଭ୍ରା ପଣ୍ଡା ଙ୍କୁ ଦୁର୍ଗାପୁର ରେ ଗ୍ରହଣ କରିଥଵା ସ୍ୱର୍ଣ୍ଣ ଉପହାର କୁ ଲାୟନ୍ସ ଅଶ୍ୱିନ କୁମାର ଦାସ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।କାର୍ଯ୍ୟକ୍ରମ କୁ ଲାଏନ୍ସ ବ୍ରଜ ସୁନ୍ଦର ନାଏକ, କବି ସୁଶାନ୍ତ ନାଏକ,ଡଃ ଦୁଷ୍ମନ୍ତ ମହାନ୍ତି, ଡଃ ପ୍ରସନ୍ନ କୁମାର ଗନ୍ତାୟତ, ଦିପ୍ତୀ ରାଣୀ ପରିଛା,ଶଶୀ ଭୂଷଣ ପଟନାୟକ,ବିପିନ ବିହାରୀ ବିଶ୍ୱାଳ, ରୀତା ରାଣୀ ମିଶ୍ର, ଅର୍ଚ୍ଚନା ପଟନାୟକ, ସୁଦର୍ଶନ ପାଢ଼ୀ,ଲାବଣ୍ୟ ପଟନାୟକ,ରାଜେନ୍ଦ୍ର ସାହୁ, ମନ୍ମଥ ତୁଳ, ,ବିଶ୍ୱନାଥ ବିଶ୍ୱାଳ,ଅଞ୍ଜଳି ପଣ୍ଡା, ରବି ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital