ଫଟୋ ଉଠାଇ ବିବାଦ ଭିତରକୁ ଠେଲି ହୋଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇଥିବା ଜଣାପଡିଛି, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ମନ୍ଦିର ଓ ପୋଲିସ ପ୍ରଶାସନର କୋହଳ ନୀତି ଯୋଗୁଁ ମନ୍ଦିରକୁ ମୋବାଇଲ, କ୍ୟାମେରା ଅବାଧରେ ଯାଉଥିବାର ଅଭିଯୋଗ ହୋଇଛି। ମନ୍ଦିରରେ ଫଟୋ ଉଠାଇବା ସମୟରେ ପୁଲିସ କିମ୍ବା ମନ୍ଦିର କର୍ମଚାରୀ କେହି ବାରଣ କରୁ ନାହାନ୍ତି। ଅତୀତରେ ବଲିଉଡ଼ ଅଭିନେତ୍ରୀ ଶିଳ୍ପା ସେଠୀ ମନ୍ଦିର ବେଢ଼ାରେ ସେବାୟତଙ୍କ ସହ ଫଟୋ ଉଠାଇବାକୁ ନେଇ ମନ୍ଦିର ପ୍ରଶାସନ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲା ।କିନ୍ତୁ ପିସିସି ସଭାପତି ଏହି ନିୟମ ଉଲଙ୍ଘନ କରି ମନ୍ଦିର ଭିତରେ ନିଜ ସମର୍ଥକଙ୍କ ସହ ଫଟୋ ଉଠାଇବାକୁ ନେଇ ବିବାଦ ଉପୁଜିଛି । ମନ୍ଦିର ଭିତରେ କିଏ ଫଟୋ ଉଠାଇଲା, ତାକୁ ନେଇ ପ୍ରଶ୍ନ ଉଠିଛି ।
