ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ

ଶୁକ୍ରବାର ଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଲିଙ୍ଗରାଜ ମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପଶି ଯାଇଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରେ ମନ୍ଦିର ସିଂହଦ୍ୱାର ଦେଇ ଜଣେ ଅଣହିନ୍ଦୁ ମନ୍ଦିର ଭିତରକୁ ପଶିଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ ଲିଙ୍ଗରାଜ ମନ୍ଦିର ଭିତରେ ଜଣେ ବିଦେଶୀ ନାଗରିକ ତଥା ଅଣହିନ୍ଦୁ ବୁଲୁଥିବା ସମୟରେ ତାଙ୍କର ଗତିବିଧିକୁ ସନ୍ଦେହ କରି କିଛି ସେବାୟତ ଓ ଲିଙ୍ଗରାଜ ମନ୍ଦିର ପୁଲିସ ପଚରାଉଚରା କରିଥିଲେ। ବ୍ୟକ୍ତି ଜଣକ ରୋମାନର ନାଗରିକ ଏବଂ ତାଙ୍କ ନା ଆଣ୍ଡ୍ରି ଖ୍ରୀଷ୍ଟିଆନ ବୋଲି ଜଣାପଡ଼ିଥିଲା।ତେବେ ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାର ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରିବା ଦେଖିବାକୁ ମିଳିଛି । ଏ ଘଟଣା ପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବା ବାକି ରହିଲା ।

ଅଧିକ ପଢନ୍ତୁ

kc ads