ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ ପୋଲିସ। ରଥ ରୋଡ୍, ପୁନାମା ଗେଟ୍ ପଟୁ ଗାଡ଼ି ପାଇଁ କଟକଣା କରାଯାଇଛି।
ବଢ଼େଇବାଙ୍କରେ ଅଟକି ବିଏମ ସ୍କୁଲ୍ ପଡ଼ିଆରେ ପାର୍କିଂ କରିବେ। ସେହିପରି କେଦାର ଗୌରୀ ପଟୁ ଆସିଲେ ତରଙ୍ଗ କ୍ଲବ୍ ପଛରେ ପାର୍କିଂ କରିବେ।ସୁରକ୍ଷା ଦୃଷ୍ଟିରୁ ସ୍ଵତନ୍ତ୍ର ଭାବେ ସିସି ଟିଭିର ବ୍ୟବସ୍ଥା ହେବ । ସେହିଭଳି ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ । ନୀତି ନିର୍ଘଣ୍ଟ ଅନୁଯାୟୀ ରାତି ୧୨ ଟା ୩୦ ରୁ ହେବ ଦ୍ଵାର ଖୋଲା । ଭୋର୍ ୪ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ହେବ ସର୍ବ ସାଧାରଣ ଦର୍ଶନ । ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ସହ ଉଠିବ ମହାଦୀପ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।