ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ

ଲିଙ୍ଗରାଜ ମନ୍ଦିରରେ ଯୁବକ ସିଗାରେଟ ଟାଣିବା ଘଟଣାକୁ ନେଇ ଅସନ୍ତୋଷ । ଯୁବକଙ୍କ ଗିରଫ ଦାବି କଲେ ସେବାୟତ। ମନ୍ଦିର ଭିତରକୁ ସେ କିପରି ସାଗାରେଟ୍ ନେଲେ ତାକୁ ନେଇ ପ୍ରଶ୍ନ କରିଛନ୍ତି ସେବାୟତ। ଏଭଳି ଏକ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଦେବୀ ୧୦୫ ନାମକ ଏକ ଇନଷ୍ଟା ଆଇଡିରେ ଏହି ଷ୍ଟାଟସ୍ ଦିଆଯାଇଥିଲା। ଉକ୍ତ ଯୁବକ ଜଣଙ୍କ ହେଲେ ଦେବୀ ପ୍ରସାଦ ଦାସ। ଫଟୋରେ ଦେବୀ ଲିଙ୍ଗରାଜଙ୍କ ମନ୍ଦିର ରୋଷଘର ପାଖରେ ଛିଡ଼ା ହୋଇ ସିଗାରେଟ ଟାଣୁଛନ୍ତି। ଅନ୍ୟ ଜଣେ କେହି ତାଙ୍କ ଫଟୋ ଉତ୍ତୋଳନ କରିଥିବା ଫଟୋରୁ ଜଣାପଡ଼ୁଛି। ସମ୍ପୃକ୍ତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି । ଏନେଇ ପୁରୁଣା ଭୁବନେଶ୍ୱରର ବିଭିନ୍ନ ଖଟି ଉପରେ ନଜର ରଖିଛନ୍ତି ସେବାୟତ । ଧରାପଡ଼ିଲେ ପୋଲିସରେ ଦେବାକୁ ସେବାୟତ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଛି କି ନାହିଁ ଜଣାପଡ଼ି ନାହିଁ। ତେବେ ଫଟୋଟି କେବେକାର ତାହା ଜଣାପଡ଼ିନାହିଁ।

କିଛି ଦିନ ତଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଭିଡ଼ିଓ ସୁଟିଂ କ୍ୟାମେରା ନେଇ ଅନେକ ଫଟୋ ଓ ଭିଡ଼ିଓ ସୁଟ୍ କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏଭଳି ଅନେକ ଘଟଣା ଅତିତରେ ଘଟିଛି ।

ଅଧିକ ପଢନ୍ତୁ

Odisha Darpan Digital