ଲିଟର ପିଛା ୨ଟଙ୍କା ବଢିଲା ଅମୁଲ କ୍ଷୀରର ଦର

ଦେଶରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ ପଡିଛି। ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ଅମୁଲ ନିଜର ଗୋଲ୍ଡ ବ୍ରାଣ୍ଡ ସମେତ ଅନ୍ୟ ସମସ୍ତ ଭେରାଇଟି ବ୍ରାଣ୍ଡ କ୍ଷୀରର ଲିଟର ପ୍ରତି ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ ଆଜିଠୁ ନୂଆଦର ଲାଗୁ ହୋଇଛି । ଅମୁଲ ପରେ ଅନ୍ୟ ଡାଏରୀ କମ୍ପାନୀ ଗୁଡ଼ିକ ମଧ୍ୟ ଦର ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅମୁଲ ଗୋଲ୍ଟ ୫୦୦ମିଲି ଲିଟର ପୂର୍ବରୁ ୩୨ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ହୋଇ ୩୩ଟଙ୍କା ହୋଇଛି। ସେହିପରି ଅମୁଲ ତାଜା ୫୦୦ ମିଲି ଲିଟର ୨୬ଟଙ୍କା ପୂର୍ବରୁ ଥିବାବେଳେ ବର୍ତ୍ତମାନ ୨୭ଟଙ୍କା ଏବଂ ଅମୁଲ ଶକ୍ତି ୫୦୦ମିଲି ଲିଟର ୨୯ଟଙ୍କା ପୂର୍ବରୁ ରହିଥିବା ବେଳେ ଏହା ବୃଦ୍ଧି ହୋଇ ୩୦ଟଙ୍କାରେ ପହଞ୍ଚିଛି। ଅମୁଲ ତାଜା ଛୋଟ ପାଉଡର ପ୍ୟାକେଟର ଦାମ୍‌‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଦର ଲାଗୁ ହେବା ପରେ ଏବେ ଲୋକମାନେ ଲିଟର ପିଛା ଅମୁଲ କ୍ଷୀର ୬୬ଟଙ୍କାରେ କ୍ରୟ କରିବେ।

ଅଧିକ ପଢନ୍ତୁ