ଲିଟର ପିଛା ୨ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ପୂର୍ବରୁ ଭାରତ ସରକାର ଗୁରୁବାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି।ସମ୍ପ୍ରତି ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଏବଂ ସଙ୍କୋଚିତ ପ୍ରାକୃତିକ ଗ୍ୟାସ (ସିଏନଜି) ମୂଲ୍ୟରେ ହ୍ରାସ ହେତୁ ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ରହିଛି।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।

ଏଥିରେ ସେ ଲେଖିଛନ୍ତି, ଦେଶର କୋଟି କୋଟି ପରିବାରର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନିଷ୍ପତ୍ତିି ନେଇଛନ୍ତି। ଦେଶରେ ପ୍ରତିଦିନ ୫୮ ଲକ୍ଷ ଭାରିଯାନ, ୬ କୋଟି କାର ଏବଂ ୨୭ କୋଟି ଦୁଇ ଚକିଆ ଯାନ ଡିଜେଲ ଓ ପେଟ୍ରୋଲ ଉପରେ ନିର୍ଭରଶୀଳ। ତେଣୁ ଡିଜେଲ ଦର କମିବା ଫଳରେ ପରିବହନ ଗାଡ଼ିର ଭଡ଼ା ଦାମ୍ କମିବା ଆଶା କରାଯାଉଛି। ଖାଉଟିଙ୍କ ଖର୍ଚ୍ଚ ବି କମିବା ଆଶା କରାଯାଉଛି।

ଅଧିକ ପଢନ୍ତୁ