ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟ ଯୁବକଙ୍କୁ ମାଡ଼

ଲିଫ୍ଟ ଭିତରେ ଇଭେଣ୍ଟ ହୋଷ୍ଟଙ୍କୁ ପିଟି ପିଟି ଲହୁଲୁହାଣ କଲେ ଯୁବକ। ବିଧା ଗୋଇଠା ସହ ମରଣାନ୍ତକ ଆକ୍ରମଣ ପରେ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି ହୋଷ୍ଟ । ଘଟଣା ଘଟିଛି ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁରରେ ଥିବା ରୟାଲ ଆର୍କେଡ ଲିଫ୍ଟ ଭିତରେ । ପୀଡ଼ିତଙ୍କ ନାମ ଯଯାତି ପାରେଖ ହୋଇଥିବା ବେଳେ ଅଭିଯୁକ୍ତର ନାମ ଅଶ୍ୱତ୍ ବୋଲି ଜଣାପଡ଼ିଛି।ଗତ ୩ ତାରିଖ ରାତି ପ୍ରାୟ ୧୨ଟା ବେଳେ ରୟାଲ ଆର୍କେଡର ଷଷ୍ଠ ମହାଲାରେ ଥିବା ଏକ ବାର୍‌ରେ ଏଭଳି ଘଟଣା ଘଟିଛି । ଇଭେଣ୍ଟ୍‌ ସାରି ତଳକୁ ଓହ୍ଲାଇଥିଲେ ଇଭେଣ୍ଟ ହୋଷ୍ଟ କରୁଥିବା ଯଯାତି ପାରେଖଙ୍କ ଲିଫ୍ଟ ଭିତରେ ଆସୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଯେଉଁଥିରେ ଉତକ୍ଷୀପ୍ତ ହୋଇ ଯଯାତିଙ୍କୁ ଆକ୍ରମଣ କରିଥିଲେ । ଜୀବନ ବିକଳରେ ସେଠାରୁ କୌଣସି ମତେ ଖସି ଆସିଥିଲେ ଇଭେଣ୍ଟ୍ ହୋଷ୍ଟ ।ଏ ନେଇ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ଅଶ୍ଵତଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅଧିକ ପଢନ୍ତୁ

Odisha Darpan Digital