ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, କ୍ୟାପିଟାଲ ଥାନା ପୁଲିସ୍ କୋର୍ଟରେ ଦାଖଲ କଲା ୭୦୦ ପୃଷ୍ଠାର ଚାର୍ଜସିଟ୍ । ଏହି ଚାର୍ଜସିଟରେ ଉଭୟଙ୍କ ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ସମସ୍ତ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ୪୨ଜଣ ସାକ୍ଷୀ । ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଧାରା ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଛି । ଏଥିରେ ଶୁଭମିତ୍ରାଙ୍କ ସ୍ବାମୀ କନଷ୍ଟେବଳ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ, ଦୀପକଙ୍କ ସମ୍ପର୍କୀୟ ଭାଇ ବିନୋଦ ଓ ଜଟିଆକୁ ଅଭିଯୁକ୍ତ ଦର୍ଶାଯାଇଛି । ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ବୀମା ଓ ଅର୍ଥ ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା କରିଥିଲା ।
ହତ୍ୟା ପରେ ମୃତଦେହ କୁ ବିନୋଦ ଓ ଜଟିଆ ସହାୟତାରେ ମାଟିତଳେ ପୋତି ଦେଇଥିଲା । ଶୁଭମିତ୍ରାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଡିଏନଏ ରିପୋର୍ଟ, କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ, ଇନସ୍ୟୁରାନସ କାଗଜପତ୍ର ଆଦି ଅନେକ ଦସ୍ତାବିଜ୍ ମଧ୍ୟ ଦାଖଲ ହୋଇଛି ।
