ଲୋକଙ୍କ ସମସ୍ୟା ସମାଧାନ ନହେଲେ ଏଣିକି କଡା କାର୍ଯ୍ୟାନୁଷ୍ଠାନ

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ଜନଶୁଣାଣିରେ ଲୋକଙ୍କ ଅଭିଯୋଗ ଏବଂ ସମସ୍ୟାର ସମାଧାନ ନହେଲେ ଏଣିକି ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନେକ ଅଭିଯୋଗ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ତ୍ୱରିତ ପଦକ୍ଷେପ ନେବାରେ ବିଳମ୍ବିତ ହେଉଛି । ଯାହାଦ୍ଵାରା ଅଭିଯୋଗକାରୀ ସମାନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି । ସବୁ ବିଭାଗର ସଚିବଙ୍କୁ ଚିଠି ଲେଖି ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ।ସେମାନଙ୍କ ସମସ୍ୟାର ସମାଧାନ ଯେପରି ଥରକରେ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ଅନ ଦି ସ୍ପଟ୍ ବିଭିନ୍ନ ସମସ୍ୟାର ସମାଧାନ କରୁଛନ୍ତି । ଆଜି ସୁଦ୍ଧା ୯ଥର ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅଧିକ ପଢନ୍ତୁ

Odisha Darpan Digital