ଲୋକପ୍ରତିନିଧିଙ୍କୁ ଆଚରଣ-ଉଚ୍ଚାରଣ ଭଲ ରଖିବାକୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ଆଜିର ଦିନ ଓଡ଼ିଶା ବିଧାନସଭା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ପ୍ରଥମ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିଛନ୍ତି ।ଜୟ ଜଗନ୍ନାଥରୁ ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣ:ଜୟ ଜଗନ୍ନାଥ, ଜୁହାର, ନମସ୍କାରରୁ ଅଭିଭାଷଣ ଆରମ୍ଭ କରିଥିଲେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣରେ କହିଥିଲେ, ‘ଆପଣଙ୍କ ଗ୍ରହଣରେ ରହି ବହୁତ ଖୁସି । ମା’ ମାଟି ମୋର କେଡେ ନିଜର…ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବା ମୋ ପାଇଁ ଖୁସିର ବିଷୟ ।ରାଷ୍ଟ୍ରପତି ଅଭିଭାଷଣରେ କହିଥିଲେ, ‘ଏଠାରେ ଥିବା ପ୍ରତ୍ୟେକ ସଦସ୍ୟ ଚିହ୍ନା । ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କ କାମ କରିବାର ସୁଯୋଗ ମିଳିଛି ।’ ଏହି ଅବସରରେ ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲରାମ, ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି କାମ କରିବାକୁ ସୁଯୋଗ ମିଳିଥିବା କଥା କହିଥିଲେ ।ରାଜନିତୀରେ ମହିଳାଙ୍କ ଭାଗୀଦାରୀ କଥା ଉଠାଇ ମହିଳା ନେତୃତ୍ୱ ଉପରେ ଗୁରୁତ୍ୱାରୋପ କଲେ ମହାମହିମ । ଓଡ଼ିଶା ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ଵ ଉତ୍ସାହଜନକ । ବାଚସ୍ପତି ଜଣେ ମହିଳା । ନନ୍ଦିନୀ ଶତପଥୀ ଭାରତର ଦ୍ବିତୀୟ ମହିଳା ମୁଖ୍ୟମନ୍ତ୍ରୀ । ଓଡିଶା ବିଧାନସଭାରେ ଅନେକ ଜନମଙ୍ଗଳ କାରୀ ନିଷ୍ପତ୍ତି ନେଇଛି । ଖୁସିର କଥା ହେଉଛି ଓଡିଶା ବିଧାନସଭା ପେପର ଲେସ୍ ହୋଇଛି ।

ଗଣ ବିନା ଗଣତନ୍ତ୍ର ନାହିଁ । ଗଣତନ୍ତ୍ରରେ ଜନସାଧାରଣ ହେଉଛନ୍ତି ମୁଖ୍ୟ । ଆପଣ ମାନେ ଜନଗଣଙ୍କ ପ୍ରତିନିଧି । ସେ ହେଉଛନ୍ତି ଦେଶର ଭାଗ୍ୟ ବିଧାତା । କାଳେ କାଳେ ଜନତାଙ୍କ ହାତରେ ଶାସନର ଡୋରି ଥାଏ । ସେମାନଙ୍କ ଆଶା ପୂରଣ କରିବା ସମସ୍ତଙ୍କ କର୍ତ୍ତବ୍ୟ । ଦେଶର ଦରିଦ୍ର ଲୋକ ପାଇଁ କାମ କରିବା ହିଁ ଅନ୍ତଦୋୟର ବାର୍ତ୍ତା । ଉଚ୍ଚାରଣ ଓ ଆଚରଣ ଉଭୟ ମୂଲ୍ୟବାନ । ଲିଡର ଯାହା କରିବେ ଜନତା ତାକୁ ଫଲୋ କରିବେ । ଗୃହରେ କଣ କରୁଛନ୍ତି କଣ କହୁଛନ୍ତି ସମସ୍ତେ ଜାଣୁଛନ୍ତି । ତେଣୁ ଆଚରଣ ଉଚ୍ଚାରଣ ଭଲ ରଖିବାକୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି । ଏଥିସହ ଓଡ଼ିଶାର ନେତୃବୃନ୍ଦଙ୍କୁ ଏକଜୁଟ ହୋଇ କାମ କରିବାକୁ ଆହ୍ବାନ କଲେ ରାଷ୍ଟ୍ରପତି ।

ଅଧିକ ପଢନ୍ତୁ