ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାରଙ୍କ ପରଲୋକ 

ପରଲୋକରେ ବହୁଚର୍ଚ୍ଚିତ ଫିଲ୍ମ ୩ ଇଡିୟଟ୍ସ ଫିଲ୍ମର ପ୍ରଫେସର। ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଲୋକପ୍ରିୟ ଅଭିନେତା ଅଚ୍ୟୁତ୍ ପୋତଦାର। ଚିକିତ୍ସାଧୀନ ଅବସ୍ଥାରେ ଥାଣେର ଜୁପିଟର ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।୧୮ ଅଗଷ୍ଟରେ ତାଙ୍କୁ ମୁମ୍ବାଇର ଥାନେ ସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଅଭିନେତା ଜଣକ ବୟସ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ ଏବଂ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ ।ଅଚ୍ୟୁତଙ୍କ ମୃତ୍ୟୁ ଖବର ଶୁଣି ବଲିଉଡରେ ଶୋକର ଛାୟା ଖେଳିଯାଇଛି।୪୪ ବର୍ଷ ବୟସରେ ସେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ପାଖାପାଖି ୧୨୫ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚିତ୍ରରେ କାମ କରିଥିଲେ। ଏପରିକି ୧୦୦ରୁ ଅଧିକ ଟିଭି ସିରିଏଲରେ ମଧ୍ୟ ସେ ଅଭିନୟର ଜାଦୁ ଦେଖାଇଛନ୍ତି। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଭାରତୀୟ ସେନାରେ କାମ କରୁଥିଲେ।

ଅଧିକ ପଢନ୍ତୁ