ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ

ଲୋକସଭାରେ ପାରିତ ହେଲା ଭିବି- ଜୀ ରାମ ଜୀ ବିଲ । ମନରେଗା ନାଁ ପରିବର୍ତ୍ତନ ହୋଇ ଭିବି- ଜୀ ରାମ ଜୀ ବିଲ ଲୋକସଭାରେ ପାରିତ ହୋଇଛି । ଏନେଇ ସଂସଦରେ ବିରୋଧୀ ଦଳ ପ୍ରବଳ ନାରାବାଜି କରିଛନ୍ତି । ବିଲର କାଗଜ ପତ୍ର ଫୋପାଡି ବିଶୃଙ୍ଖଳା କରିଛନ୍ତି ବିରୋଧୀ । ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି କରିଥିଲେ ବିରୋଧୀ ।

ମହାତ୍ମାଗାନ୍ଧୀଙ୍କୁ ଏହା ଅସମ୍ମାନ ବୋଲି କହିଥିଲେ ।MGNREGA ନାଁ ବଦଳାଇ VB-G RAM G କରିବା ଜାତିର ପିତାଙ୍କୁ ସରକାରଙ୍କ ଅସମ୍ମାନ ବୋଲି ବିରୋଧୀ କହିଛନ୍ତି । ଜବାବରେ କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ କହିଛନ୍ତି, ୨୦୦୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇଥିଲା । ପ୍ରଥମେ ଏହି ଯୋଜନା ସହ ମହତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ା ଯାଇନଥିଲା । ଏହି ଯୋଜନାରେ ଏଣିକି ୧୨୫ ଦିନର କାମ ମିଳିବ । ପୂର୍ବରୁ ମନରେଗା ଯୋଜନାରେ ବର୍ଷକୁ ଅତିକମରେ ୧୦୦ ଦିନ କାମର ଗ୍ୟାରେଣ୍ଟି ଥିଲା । ନୂଆ ଆଇନରେ ଏହାକୁ ବଢ଼ାଇ ୧୨୫ ଦିନ କରାଯାଇଛି । ଅର୍ଥାତ ଶ୍ରମିକମାନେ ବର୍ଷକୁ ଅଧିକ ୨୫ ଦିନର କାମ ପାଇପାରିବେ ।

ଅଧିକ ପଢନ୍ତୁ