ଲୋକସଭା-ବିଧାନସଭାରେ ମହିଳା ସଂରକ୍ଷଣ ନେଇ କେନ୍ଦ୍ର ଏବଂ ରାଜ୍ୟକୁ ନୋଟିସ :ସୁପ୍ରିମକୋର୍ଟ

ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ସୁପ୍ରିମ ଅଦାଲତ । ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା କହିଥିଲେ, ଯେତେବେଳେ ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ପାରିତ ହୋଇ ସାରିଛି, ସେତେବେଳେ ଏହାକୁ ଲାଗୁ କରିବାରେ ବିଳମ୍ୱ କାହିଁକ ? ଏହା ଦୁଃଖର ବିଷୟରେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମକୁ ସଂସଦରେ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ମାଗିବାକୁ ପଡ଼ୁଛି । ସେ ଆହୁରି କହିଥିଲେ ଯେ ଯେତେବେଳେ ଏସସି-ଏସଟି ପାଇଁ ସଂରକ୍ଷଣ ବିନା କୌଣସି ସୀମା ନିର୍ଦ୍ଧାରଣରେ ଲାଗୁ କରାଯାଇ ପାରୁଛି, ତେବେ ମହିଳାଙ୍କ ପାଇଁ କାହିଁକି ନୁହେଁ ? ସେ ଏହା ବି କହିଥିଲେ ଯେ ସଂସଦରେ ଏହି ଆଇନ ସ୍ୱତନ୍ତ୍ର ଅଧିବେଶନରେ ପାରିତ ହୋଇଥିଲା, ଏହାର ଅର୍ଥ ହେଉଛି ଯେ ସରକାରଙ୍କ ପଖରେ ଜରୁରୀ ଡାଟା ପୂର୍ବରୁ ଉପଲବ୍ଧ ଥିଲା ।ତେବେ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ପାଇଁ ଦାବି କରାଯାଉଛି । ଆଉ ଏହି ପରିପ୍ରେକ୍ଷୀରେ, ସରକାର ଲୋକସଭା ଏବଂ ବିଧାନସଭାରେ ସଂରକ୍ଷଣ ପ୍ରଦାନ କରିବା ପାଇଁ ୨୦୨୩ ମସିହାରେ ୧୦୬ତମ ସମ୍ବିଧାନ ସଂଶୋଧନ କରିଥିଲେ। ହେଲେ ତା ପରେ ବି ନୂତନ ଜନଗଣନା ଏବଂ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ ସମାପ୍ତ ହେବା ପରେ ଏହି ସଂରକ୍ଷଣ କାର୍ଯ୍ୟକାରୀ ହେବ। ତେଣୁ ଏହି କାରଣରୁ ସରକାରଙ୍କ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital