ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଲା ଯାତ୍ରା କଳି। ସମାଧାନ ହେଲାନି ଯାତ୍ରା କଳାକାର ଓ ଯାତ୍ରା ମାଲିକ କଳି। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଯାତ୍ରା କଳାକାର। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯାତ୍ରା ବିବାଦ ବିଷୟରେ ଜଣାଇବାକୁ ନେଇଛନ୍ତି ନିଷ୍ପତ୍ତି। ସୂଚନାମୁତାବକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ବାପି ପଣ୍ଡା। ଯାତ୍ରା ଜଗତରେ ଚାଲିଥିବା ବିବାଦ ସମ୍ପର୍କରେ ବାପି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ସହିତ ନିଜ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ବାପିଙ୍କ ସହିତ ସଂଘ ସମ୍ପାଦକ ଆର. କେ. ହୀରାଲାଲ ଏବଂ ଯାତ୍ରାରୁ ବାସନ୍ଦ ହୋଇଥିବା ହାସ୍ୟାଭିନେତା ନରି ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ନରିଙ୍କ ଉପରୁ କଟକଣା ହଟାଇବା ଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମଧ୍ୟ ବାପି ଅନୁରୋଧ କରିଥିଲେ।କିଛି ଦିନ ହେବ ଯାତ୍ରା ମାଲିକ ଓ ଯାତ୍ରା କଳାକାରମାନଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। କିଛି କଳାକାରଙ୍କୁ ଯାତ୍ରାରୁ ବ୍ୟାନ୍ କରାଯାଇଛି। ତ ଆଉ କାହାକୁ ବ୍ୟାନ୍ କରିଦେବାକୁ କୁହାଯାଇଛି।
