ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍‌

ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରି କରାଇଦେବାକୁ କହି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକ ଦଲାଲର କଳାକାରନାମା ପଦାକୁ ଆସିଛି । କ୍ୟାପିଟାଲ ଥାନା ପୁଲିସ୍‌ ଦଲାଲ ବ୍ୟାସଦେବ ରଣାକୁ ଗିରଫ କରିଛି। ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା। ଏହିକ୍ରମରେ ସେ ଜଣଙ୍କ ଠାରୁ ଚାକିରି କରାଇ ଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ତା’କୁ ଗିରଫ କରିଛି | ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି ।

ଅଧିକ ପଢନ୍ତୁ