ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ । ସାରା ଦେଶରେ ସ୍ବାଧୀନତା ଦିବସର ଆନନ୍ଦ ଉତ୍ସାହ । ଭୁବନେଶ୍ବର ମାହାତ୍ମାଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ଲୋକସେବା ଭବନରେ ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆର୍ମଡ ପୋଲିସ ଏସଆଇ ବିରୀଶ ମାଝୀ , ଏସଓଜି ହାବିଲଦାର ପବିତ୍ର ସାହୁ । ହାବିଲଦାର ଉମେଶ ମୁଣ୍ଡା, ଏସଓଜି କମାଣ୍ଡୋ ପୀତାମ୍ବର ସତନାମି , ଓଏସଏପି କମାଣ୍ଡୋ କବି ରାଉତ, ଏସଓଜି କମାଣ୍ଡୋ ସୁଶାନ୍ତ ସାଗର , ବଲାଙ୍ଗୀର ଖପ୍ରାଖୋଲରେ ମାଓବାଦୀ ବିରୋଧୀ ଅପରେସନରେ ଥିଲେ ସଂପୃକ୍ତ । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିଛି ।
