ଲୋକସେବା ଭବନରେ ସାମ୍ବାଦିକଙ୍କୁ ମିଳିଲା ପ୍ରବେଶ ଅନୁମତି

ଦୀର୍ଘ ବର୍ଷର ପରିଶ୍ରମର ଅନ୍ତ ହେବାକୁ ଯାଉଛି। ନୂଆ ସରକାର ନେଇଛନ୍ତି ନୂଆ ନିଷ୍ପତ୍ତି। ଦୀର୍ଘ ବର୍ଷ ହେଲା ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ନୋ ଏଣ୍ଟ୍ରି ଥିବା ବେଳେ ଏବେ ତାହା ପୁଣି ଥରେ ଉନ୍ମୁକ୍ତ ହେବାକୁ ଯାଉଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ କୋଭିଡ଼୍ ପାଇଁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ରହିଥିଲା ।ମାତ୍ର ନୂଆ ସରକାର ଆସିବା ପରେ ସାମ୍ବାଦିକଙ୍କ ନୋ ଏଣ୍ଟ୍ରି ଉପରୁ ହଟିଲା କଟାକଣା। ରାଜ୍ୟ ସରକାର ଗତ ୨୬ରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ନୂତନ ନିୟମ ଅନୁଯାୟୀ, ଉଭୟ ସ୍ୱିକୃତୀ ଓ ଅଣ ସ୍ୱିକୃତୀପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଛି ପ୍ରବେଶ ଅନୁମତି । ଏନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ ହୋଇ ନ ଥିବା ବେଳେ ଖୁବ୍‌ ଶୀଘ୍ର ଏହା ଲାଗୁ ହେବ ବୋଲି ଜଣାଯାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ଲୋକସେବା ଭବନରେ ପ୍ରବେଶ କରିବାକୁ ଇଚ୍ଛୁକ ଥିବା ସାମ୍ବାଦିକ ନିଜ ଆଧାର କାର୍ଡ ଦେବେ, ସଂସ୍ଥାର ପରିଚୟପତ୍ର ଦେବେ । ଏହାପରେ ଜଣେ ସାମ୍ବାଦିକ ଓ ଜଣେ ଫଟୋଗ୍ରାଫରଙ୍କୁ ହିଁ ପ୍ରବେଶ ଅନୁମତି ମିଳିବ । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି ।

ଅଧିକ ପଢନ୍ତୁ

Odisha Darpan Digital