ପ୍ରାଚୀନ ପରମ୍ପରା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ସାମନ୍ତରାପଲି ଗାଁରେ। ପୋଲସରା ବ୍ଲକ କଳମ୍ବ ଗ୍ରାମ ସ୍କୁଲ ସାହିର ଦେବରାଜ ପ୍ରଧାନଙ୍କ ଝିଅ ବର୍ଷା ପ୍ରଧାନ ଆସିଥିଲେ ଶାଶୁଘର ସାମନ୍ତରାପଲି ଗ୍ରାମକୁ। ସବୁଠାରୁ ମଜାର କଥା ଯେ, ଏଥିପାଇଁ ବର ପ୍ରମୋଦ ପ୍ରଧାନଙ୍କ ପୁଅ ଶନିଶ୍ଚର ପ୍ରଧାନ ଓଡ଼ିଆ ସାହିର ଶଗଡିଆ ସୁରେନ୍ଦ୍ର ସ୍ବାଇଁ ଓ ଯୁଧିଷ୍ଠିର ପରିଡାଙ୍କଠାରୁ ଶଗଡ଼ ମାଗି ଆଣି ରାତି ଅନିଦ୍ରା ହୋଇ ସୁନ୍ଦର ଭାବରେ ଶଗଡକୁ ଫୁଲରେ ସଜାଇଥିଲେ।
ନିଜ ବିବାହ କାର୍ଯ୍ୟକୁ ସବୁଦିନ ପାଇଁ ସ୍ମୃତିମଧୁର କରି ରଖିବା ଉଦ୍ଦେଶ୍ୟରେ ଏପରି ଶନିଶ୍ଚର କରିଥିବା କହିଛନ୍ତି ଶନିଶ୍ଚର।ସୋସିଆଲ ମିଡିଆରେ ଏହାର ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଆମ ପୁରୁଣା ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ । ଆଜିର ଯୁବପିଢି ଏହିଭଳି ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆଗକୁ ଆସିବା ଆବଶ୍ୟକତା ରହିଛି ବୋଲି କହିଛନ୍ତି ଲୋକ।
