ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ

ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ । ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ । ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା। ଏହି ସମୟରେ କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ।ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ୧୧ ସହଯୋଗୀ ଗିରଫ ହୋଇଥିଲେ l ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା ।

ଶୁଣାଣି ବେଳେ CBI ଟିମ କୋର୍ଟରେ ଉପସ୍ଥିତ ଥିଲା । ଜାମିନ ନଦେବା ପାଇଁ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି ରଖିଥିଲା ସିବିଆଇ l

ଅଧିକ ପଢନ୍ତୁ

Odisha Darpan Digital