ଶନିବାର ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି

ଶନିବାର ସକାଳ ୬ଟାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ମୋଟ୍ ୧୮ଟି ଟିମ୍ ଚିଲିକାରେ ଗଣନା କରୁଛନ୍ତି। ଚିଲିକାକୁ ୪ଟି ଅଞ୍ଚଳରେ ବିଭକ୍ତ କରାଯାଇ ଗଣନା ଚାଲିଛି।ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା ଚାଲିଛି । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରି, ଜଙ୍ଗଲ ବିଭାଗ, ଓୟୁଏଟି ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି ।

ଗତବର୍ଷ ଚିଲିକାରେ ମୋଟ ୧୭୩ଟି ଡ଼ଲଫିନ ଠାବ ହୋଇଥିବା ବେଳେ, ଏଥିରୁ ୧୫୪ଟି ଏରାଓ୍ବାଡି ପ୍ରଜାତିର ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲଫିନ ଥିଲେ ।ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି। ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

ଅଧିକ ପଢନ୍ତୁ