ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ ।ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ ଯାତ୍ରା ଖର୍ଚ୍ଚ ଓ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
ପ୍ରତି ବିଧାୟକଙ୍କୁ ପ୍ରତିବର୍ଷ ୩ କୋଟି ଟଙ୍କାର ଏମଏଲଏ ଲୋକାଲ ଏରିଆ ଡେଭଲପମେଣ୍ଟ (LAD) ପାଣ୍ଠି ମିଳିଥାଏ। ଏହି ପାଣ୍ଠିକୁ ବିଧାୟରମାନେ ନିଜ ନିର୍ବାଚନମଣ୍ଡଳୀର ଉନ୍ନତୀମୂଳକ କାର୍ଯ୍ୟରେ ବିନିଯୋଗ କରିଥାନ୍ତି। ଏହାଛଡା ପୂର୍ବତନ ବିଧାୟକମାନଙ୍କୁ ମାସିକ ୩୫,୦୦୦ ଟଙ୍କା ପେନସନ ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବିଧାୟକ ରାଜେନ୍ଦ୍ର ଢୋକଲିଆଙ୍କ ଅକାଳ ବିୟୋଗ ପରେ ନୂଆପଡ଼ାରେ ଉପନିର୍ବାଚନ ହୋଇଥିଲା । ୧୧ ତାରିଖରେ ମତଦାନ ହୋଇଥିଲା । ୧୪ ତାରିଖରେ ଭୋଟ୍ ଗଣତି ହୋଇଥିଲେ । ଉପନିର୍ବାଚନ ରେକର୍ଡ ସଂଖ୍ୟକ ଭୋଟ୍ ପାଇଁ ଏକତରଫା ବିଜୟ ହାସଲ କରିଥିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ।
