ଶପଥ ପତ୍ର ପଢ଼ି ପାରିଲେନି ବିହାର ବିଧାୟିକା, ସୋସିଆଲ ମିଡିଆରେ ଚର୍ଚ୍ଚା

ବିହାରରେ ନୂତନ ସରକାର ଗଠନ ସରିଛି । ଗତ ସୋମବାର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନରେ ନବନିର୍ବାଚିତ ବିଧାୟକମାନେ ଶପଥ ନେଇଥିଲେ । ତେବେ ବିହାର ବିଧାନସଭାରେ ଦେଖିବାକୁ ମିଳିଥିଲା ଅଦ୍ଭୁତ ଦୃଶ୍ୟ । ନବାଦା ବିଧାୟିକା ତଥା ବାହୁବଳୀ ନେତା ରାଜବଲ୍ଲଭ ଯାବଦଙ୍କ ସ୍ତ୍ରୀ ବିଭା ଦେବୀ (ଜେଡିୟୁ) ତାଙ୍କ ଶପଥ ପତ୍ର ପଢ଼ି ନ ପାରିବା ସଭିଁଙ୍କୁ ଚକିତ କରିଥିଲା । ସେ ବହୁ କଷ୍ଟରେ ଗୋଟିଏ ଦୁଇଟି ଶବ୍ଦ କହୁଥିଲେ ଏବଂ ବାରମ୍ବାର ଅଟକୁଥିଲେ । ସେଥିରେ ଲେଖାଥିବା ଶବ୍ଦକୁ ସେ ଉଚ୍ଚାରଣ କରିପାରି ନ ଥିଲେ । ଶପଥ ପତ୍ର ପଢ଼ି ନ ପାରିବାରୁ ପାଖରେ ଥିବା ବିଧାୟିକା ମନୋରମା ଦେବୀ ତାଙ୍କୁ ଶବ୍ଦ ଉଚାଚଣ କରି କହିଥିଲେ । ପରେ ଖଣ୍ଡି ଖଣ୍ଡି ଶବ୍ଦରେ ବିଭା ଦେବୀ ଯେନତେନ ଭାବେ ଶପଥ ପୂରା କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଅନେକ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ଦେଇଛନ୍ତି । ଶିକ୍ଷିତ ହୋଇ ନ ଥିବା ବିଧାୟିକା କିପରି ତାଙ୍କ ଅଞ୍ଚଳର ଉନ୍ନତି କରିବେ ବୋଲି ଅନେକେ କହିଛନ୍ତି ।

ଅଧିକ ପଢନ୍ତୁ