ସୋମବାର ଅପରାହ୍ଣ ପ୍ରାୟ ୩ଟା ୪୫ମିନିଟ୍ରେ ପୁରୁଣାକଟକ ମୁଖ୍ୟ ରାସ୍ତାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଡ଼ଠୁ ମୁଣ୍ଡ ଯାଏଁ ଘୋଡ଼ା ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଦୁଇଜଣ କାନ୍ଧରେ ବୋହି ନେଇ ଯାଉଥିଲେ।ସବୁଠାରୁ ମଜାକଥା ହେଉଛି ଡାକ୍ତରଙ୍କୁ ଦୁଇ ଦୁଇ ଥର ମୃତ ଘୋଷଣା କରିବାକୁ ପଡ଼ିଛି। ଶେଷରେ ଗାଁ ଶ୍ମଶାନରେ ଜଳିଛି ଜୁଈ। ଏପରି ବିଚିତ୍ର ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି | ତେବେ ମୃତଦେହ କୁ କାନ୍ଧରେ ବୋହିଆଣି ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଥିଲା ଘର ଅଗଣା। ପରେ ପରିବାର ପରିଜନ ମୃତଦେହକୁ ଗାଁ ଶ୍ମଶାନକୁ ନେଇଥିଲେ। ରୀତିନୀତି ଅନୁସାରେ ସତ୍କାର କରିବା ପାଇଁ ମାଲ ଭାଇମାନେ ଜୁଈରେ କାଠ ଛନ୍ଦି ଥିଲେ। ତା’ପରେ ମୃତଦେହକୁ ଜୁଈରେ ଶୋଆଇ ଦେଇ କାଠ ଲଦି ଦେଇଥିଲେ। ଠିକ୍ ସେହି ସମୟରେ ହଠାତ୍ ଜୁଈ ଗୋଟିଏ ପାର୍ଶ୍ୱକୁ ଢଳି ଯାଇଥିଲା। ଆଉ ମୃତଦେହରୁ କ’ଣ ଗୋଟେ ପାଣି ପରି ବୋହି ଯାଇଥିଲା।
ପାଣି ବାହାରୁଥିବା ଦେଖି ବଞ୍ଚିଥିବା ଭାବି ରବିଙ୍କୁ ଜୁଈରୁ ଓହ୍ଲାଇ ଆଣିଥିଲେ ମାଲ ଭାଇ। ଆଉ କାଳବିମ୍ୱ ନକରି ତାଙ୍କୁ ଆଉ ଥରେ ପୁରୁଣାକଟକ ମେଡ଼ିକାଲ୍ ନେଇ ଯାଇଥିଲେ। ଡାକ୍ତର ଆଉ ଥରେ ତାଙ୍କର ମେଡିକାଲ୍ ଚେକ୍ଅପ୍ କରିଥିଲେ। ବିରକ୍ତି ପ୍ରକାଶ କରିବା ସହିତ ପୁଣି ଥରେ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ଲୋକେ ମୃତଦେହକୁ ନେଇ ଗାଁ ଶ୍ମଶାନରେ ସତ୍କାର କରିଥିବା ଜଣାପଡ଼ିଛି।