ଆଉ କିଛି ଦିନ ପରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଶହ ଶହ କାରିଗର ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି।ଅଖ ନିର୍ମାଣ ପାଇଁ ୪୦ ଫୁଟିଆ କାଠ ପହଞ୍ଚି ନଥିବାରୁ ଅସନ୍ତୋଷ ପ୍ରକାଶ କରି ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରିଛନ୍ତି ।ପରମ୍ପରା ଅନୁଯାୟୀ, ଶୀତଳଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ଟି ଚକ ଡେରା ହେବ । ହେଲେ ଆବଶ୍ୟକ ଅନୁଯାୟୀ, ଅଖ କାଠ ରଥଖଳାରେ ପହଞ୍ଚି ପାରିନାହିଁ । ଯଦି କାଠ ମହଜୁଦ ନ ରହିବ, ତାହାଲେ ରଥ କାମ କିପରି ସେନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହାରଣା।
