ଶରଣକୁଳ କ୍ଲଷ୍ଟର ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ସଭା

ଶରଣକୁଳ,(ଓଡ଼ିଶା ଦର୍ପଣ):ଶରଣକୁଳ କ୍ଲଷ୍ଟର ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମାସିକ ବୈଠକ ଶନିବାର କରଡ଼ା ହରିହରପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୂତନ ଭାବେ ଯୋଗଦେଇଥିବା ସି.ଆର.ସି.ସି ରାଜ କିଶୋର ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିବା ବେଳେ ପୂର୍ବତନ ସି.ଆର.ସି.ସି ଗୋଦାବରୀ ବସନ୍ତିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନବ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ରୂପେ ହରିହରପୁର ପଞ୍ଚାୟତ ସରପଞ୍ଚ ବିଳାସିନୀ ଦେଇ ଯୋଗ ଦେଇଥିବା ବେଳେ ବି.ଆର.ସି.ସି.ରଘୁନାଥ ମଲ୍ଲିକ ମୁଖ୍ୟ ବକ୍ତା,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଜ କିଶୋର ସାହୁ,ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ବିଦ୍ୟାଳୟ ସଭାପତି ଅନାଦି ଚରଣ ପ୍ରଧାନ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଉଭୟ ସି.ଆର.ସି.ସି ଶ୍ରୀ ନାୟକ ଓ ଶ୍ରୀ ବସନ୍ତିଆଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଗୁଣାବଳୀ ଉପରେ ଉପସ୍ଥାପନା କରିଥିଲେ l ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ସାହୁ, ବଳଭଦ୍ର ବରାଡ଼, ସୁକାନ୍ତି ଦେଇ, ଗୀତାରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୁମତୀ ଦେଇ ଧନ୍ୟବାଦ ପ୍ରଦାନ କରିଥିଲେ l

ଅଧିକ ପଢନ୍ତୁ