ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀରେ ବସିବ ଚଳିତ ବର୍ଷର ପଞ୍ଜିକା ସମନ୍ୱୟ ବୈଠକ । ରାଜ୍ୟର ସମସ୍ତ ପଞ୍ଜିକାରମାନଙ୍କୁ ନିଜର ପଣ୍ଡୁଲିପି ଦାଖଲ କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ପାଳନ ହେଉ ଥିବା ପର୍ୱ ପର୍ୱାଣୀ ସମ୍ପର୍କିତ ତଥ୍ୟରେ ସମନ୍ୱୟ ରଖିବାକୁ ଅନୁରୋଧ କରାଯାଇଛି । ତେବେ ପ୍ରତ୍ୟେକ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ସମୀକରଣ ବୈଠକ କରାଯାଏ । ଅନେକ ସମୟରେ ଦ୍ଵନ୍ଦ ଦେଖାଯିବା ସହ ତିଥିକୁ ନେଇ ବିଭିନ୍ନ ପଞ୍ଜିକାରେ ଦ୍ୱିମତ ରହୁଛି। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ଓ ଦୀପାବଳୀକୁ ନେଇ ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ତାରିଖ ଉଲ୍ଲେଖ ହୋଇଛି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡିଥିଲେ । ଲୋକେ ଦୁଇ ଦିନ ଧରି ଏହି ପର୍ୱକୁ ପାଳନ କରିଥିଲେ ।