ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ‘ଦିଟୱା’ ବ୍ୟାପକ କ୍ଷୟ କ୍ଷତି କରିଛି। ଭାରତ ସମେତ ଅନେକ ଦେଶ ସେଠାକୁ ରିଲିଫ୍ ସାମଗ୍ରୀ ପଠାଉଛନ୍ତି। ପାକିସ୍ତାନ ମଧ୍ୟ ନିଜକୁ ଦାନୀ ଦେଖାଇ ରିଲିଫ୍ ପଠାଇଛି। ତେବେ ସାହାଯ୍ୟ ନାମରେ ଶ୍ରୀଲଙ୍କାକୁ ପାକିସ୍ତାନ ପଠାଇଥିବା ଖାଦ୍ୟ ସାମଗ୍ରୀର ବର୍ଷକରୁ ଅଧିକ ଦିନ ହେବ ଏକ୍ସପାଏରୀ ଡେଟ୍ ଯାଇ ସାରିଛି। । ପାକିସ୍ତାନ ସୋସିଆଲ ମିଡିଆରେ ଏହି ସାମଗ୍ରୀର ଫଟୋ ପୋଷ୍ଟ କରି ପ୍ରଶଂସା ପାଇବାକୁ ଚେଷ୍ଟା କରୁଥିବା ବେଳେ ଫଟୋଗୁଡ଼ିକ ପାକିସ୍ତାନର ପୋଲ୍ ଖୋଲି ଦେଇଛି । ଶ୍ରୀଲଙ୍କାରେ ଥିବା ପାକିସ୍ତାନ ଦୂତାବାସ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ରିଲିଜ ସାମଗ୍ରୀ ବହୁତ ଦିନର ବୋଳି ଜଣାପଡିଛି ।ରିଲିଫ୍ ସାମଗ୍ରୀର ଫଟୋ ପୋଷ୍ଟ କରି ଏକ୍ସରେ ଲେଖିଛି ଯେ, “ପାକିସ୍ତାନ ସର୍ବଦା ଶ୍ରୀଲଙ୍କା ସହିତ ଛିଡ଼ା ହୋଇ ରହିଛି । ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବନ୍ୟା ହୋଇଛି । ଏହାର ତାରିଖ ଦେଖିବା ପରେ ସୋସିଆଲ ମିଡିଆରେ ହାଶଟ୍ୟାଗ୍ ଟ୍ରେଣ୍ଡ କରୁଛି ।ଏହାପୂର୍ବରୁ ୨୦୨୩ ରେ ତୁର୍କୀରେ ହୋଇଥିବା ଭୂମିକମ୍ପ ପରେ, ଭାରତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଟନ୍ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଥିଲା। ଭାରତ ବିଶ୍ୱବ୍ୟାପୀ ପ୍ରଶଂସା ପାଇବା ଆରମ୍ଭ କରିବା ମାତ୍ରେ, ଶାହବାଜ ସରିଫ ବ୍ୟକ୍ତିଗତ ଭାବରେ ରିଲିଫ୍ ସାମଗ୍ରୀ ସହିତ ତୁର୍କୀରେ ପହଞ୍ଚିଥିଲେ। କିନ୍ତୁ ଭଲ ଭାବରେ ଯାଞ୍ଚ କରିବା ପରେ ଜଣାପଡିଲା ଯେ ଏହି ସମାନ ରିଲିଫ୍ ସାମଗ୍ରୀ ତୁର୍କୀ ବନ୍ୟା ସମୟରେ ପାକିସ୍ତାନକୁ ପଠାଇଥିଲା। ଶ୍ରୀଲଙ୍କାରେ ବାତ୍ୟା ଡିଟୱା ତାଣ୍ଡବ ରଚିବ । ଏଥିରେ ୩୩୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩୭୦ ଲୋକ ନିଖୋଜ ରହିଛନ୍ତି । ୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ୨ ଲକ୍ଷ ଲୋକ ଆଶ୍ରୟ ସ୍ଥଳରେ ରହିଛି । ଭାରତ ଅପରେସନ ସାଗର ବନ୍ଧୁ ଅଧିନରେ ୫୩ ଟନ ରିଲିଫ୍ ସାମଗ୍ରୀ ପଠାଇଛି ।
