ଶିଶୁକନ୍ୟାକୁ ମୃତ୍ୟୁ ମୁହଁକୁ ଫୋପାଡ଼ି ଚାଲିଗଲା ମା

ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଲା ଲଜ୍ଜାଜନକ ଘଟଣା । ନବଜାତ ଶିଶୁକନ୍ୟାକୁ ବାଥରୁମରେ ଫୋପାଡ଼ି ଚାଲିଗଲା ରାକ୍ଷସୀ ମା ।ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି । ଖବର ପାଇ ପୋଲିସ ଚିକିତ୍ସାଳୟରେ ପହଞ୍ଚି ନବଜାତ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହିଳା ବିଭାଗର ଜରାରୋଗୀ ୱାର୍ଡର ଟଏଲେଟ୍‌ରେ ନବଜାତ ଶିଶୁ କନ୍ୟାଟି ପଡ଼ିଥିବା ଦେଖିବାକୁ ମିଳିଥିଲା । କେହି ଜଣେ ମହିଳା ଟଏଲେଟ୍‌ରେ ଶିଶୁ କନ୍ୟାଟିକୁ ଜନ୍ମକରି ଛାଡ଼ି ପଳାଇଥିବା ଜଣାପଡିଥିଲା । ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଟଏଲେଟ୍ ଯାଇଥିବା ବେଳେ ନବଜାତ ଶିଶୁ କନ୍ୟାଟିକୁ ଦେଖି ମେଡିକାଲ କର୍ମଚାରୀଙ୍କୁ ଅବଗତ କରିଥିଲେ । ପରେ ଏହି ଶିଶୁ କନ୍ୟାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ମାଆକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି ।

ଅଧିକ ପଢନ୍ତୁ