ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ ଉଠାଇବା ନିଷ୍ପତ୍ତି ପରେ ମଦର ଡେରୀର ସମସ୍ତ ଉତ୍ପାଦ ଏବେ ଶୂନ୍ୟ କିମ୍ବା ୫% ଟିକସ ବର୍ଗରେ ଅଛି। ତେବେ କମ୍ପାନି ଏହାର ପ୍ୟାକେଜ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛି । ମଦର ଡାଏରି ଏହାର ୧ ଲିଟର ଟେଟ୍ରା ପ୍ୟାକ୍ କ୍ଷୀରର ମୂଲ୍ୟ ୭୭ ଟଙ୍କାରୁ ୭୫ ଟଙ୍କାକୁ ହ୍ରାସ କରିଛି । ଏହା ବ୍ୟତୀତ ଘିଅ ଏବଂ ପନିର ସମେତ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ହ୍ରାସ ପାଇଛି ।ପନୀର, ମାଖନ, ଚିଜ, ଘିଅ, ମିଲ୍କସେକ ଓ ଆଇସକ୍ରିମର ମୂଲ୍ୟ ହ୍ରାସ ପାଇଛି। ଉଦାହରଣ ସ୍ୱରୂପ, ୫୦୦ ଗ୍ରାମ ମାଖନର ମୂଲ୍ୟ ୩୦୫ ଟଙ୍କାରୁ ୨୮୫ ଟଙ୍କାକୁ ଓ ବଟରସ୍କଚ କୋନ ଆଇସକ୍ରିମ ୩୫ ଟଙ୍କାରୁ ୩୦ ଟଙ୍କାକୁ ହ୍ରାସ ପାଇଛି। ତେବେ, ନିୟମିତ ପାଉଚ କ୍ଷୀର ମୂଲ୍ୟ ଅପରିବର୍ତ୍ତିତ ରହିବ, କାରଣ ଏହା ପୂର୍ବରୁ ଜିଏସଟି ମୁକ୍ତ।କେବଳ କ୍ଷୀର, ପନିର, ବଟର ଏବଂ ଘିଅର ମୂଲ୍ୟ ହ୍ରାସ କରାଯାଇ ନାହିଁ, ବରଂ ମଦର ଡାଏରି ଆଇସକ୍ରିମର ମୂଲ୍ୟ ମଧ୍ୟ ହ୍ରାସ କରିଛି । ଦର ହ୍ରାସ ପରେ, କମ୍ପାନିର ୪୫ ଗ୍ରାମ ଆଇସ୍ କ୍ୟାଣ୍ଡି, ୫୦ ମିଲି ଭାନିଲା କପ୍, ୩୦ ମିଲି ଚକୋବାରର ମୂଲ୍ୟ ୧୦ ଟଙ୍କାରୁ ୯ ଟଙ୍କାକୁ ହ୍ରାସ ପାଇଛି । ୧୦୦ ମିଲି ଚକୋ ଭାନିଲା ଏବଂ ବଟରସ୍କଚ୍ କୋନର ମୂଲ୍ୟ ଯଥାକ୍ରମେ ୩୦ ଟଙ୍କାରୁ ୨୫ ଟଙ୍କା ଏବଂ ୩୫ ଟଙ୍କାରୁ ୩୦ ଟଙ୍କାକୁ ହ୍ରାସ ପାଇଛି ।
