ଶାଗ ତୋଳୁଥିବାବେଳେ ନାବାଳିକାକୁ ଦୁଷ୍କର୍ମ କରି ମାରିଦେଲେ

ନିଜ ବାଡିରୁ ଶାଗ ତୋଳିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରି ଜୀବନରୁ ମାରିଦେଲେ । ମାତ୍ର ଏଗାର ବର୍ଷର ନାବାଳିକାଙ୍କ ସହ ଏଭଳି ଅମାନବୀୟ ଘଟଣା ଘଟାଛନ୍ତି ଦୁଷ୍କର୍ମକାରୀ । । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ବିଜିଗୋଳ ଗ୍ରାମ ଅଞ୍ଚଳରେ । ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ । ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗାଁର ଆଶିଷ ନାଏକ ନାମକ ଯୁବକ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ନାବାଳିକାର ବାପା । ଘଟଣାସ୍ଥଳରେ NTPC ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ପରିବାର ପକ୍ଷରୁ ସନ୍ଦେହ କରାଯାଉଥିବା ସାହିର ବିବାହିତ ଯୁବକ ଆଶିଷ ନାଏକ ଫେରାର ଥିବା ବେଳେ ଅଭିଯୋଗ କୁ ଭିତିକରି ପୋଲିସ ତାର ବଡ ଭାଇ ଓ ମା କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

ଅଧିକ ପଢନ୍ତୁ