ଛତିଶଗଡ଼ରୁ ଶେଷ ହେବ ନକ୍ସଲ ସମସ୍ୟା । ମୁଖ୍ୟସ୍ରୋତରେ ସାମିଲ୍ ହେବେ ମାଓବାଦୀ । ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଆହ୍ବାନ ପରେ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଉଛି ମାଓ ସଂଗଠନ । ପୂର୍ବରୁ ସଂଗଠନ ଏକ ପ୍ରେସ୍ ରିଲିଜ୍ ଜାରି କରି ହିଂସା ଛାଡ଼ିବା କଥା କହିଥିଲେ । ଏବେ ପୁଣି ଥରେ ସରକାରଙ୍କ ସହିତ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଯୁଦ୍ଧ ବିରତି ଓ ଶାନ୍ତି ବାର୍ତ୍ତା ପ୍ରସ୍ତାବ ମଧ୍ୟ ଦୋହରାଇଛନ୍ତି । ମାଓବାଦୀଙ୍କ ଉତ୍ତର-ପଶ୍ଚିମ ସବ ଯୋନାଲ ବ୍ୟୁରୋ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ମାଓ ବିରୋଧୀ ଅଭିଯାନ ପରେ ଲାଲ୍ ବାହିନୀ ଥରହର ହୋଇଛି । ତେଲଙ୍ଗାନା ଓ ଛତିଶଗଡ଼ ସୀମାନ୍ତରେ ଦୁଇ ହଜାରରୁ ଅଧିକ ମାଓବାଦୀ ଠୁଳ ହୋଇଥିବା ବେଳେ ସେମାନଙ୍କୁ ଘେରିଛନ୍ତି ତିନି ରାଜ୍ୟର ସୁରକ୍ଷାବଳ । ବୁଧବାର ଜଙ୍ଗଲ ସହ ପାଖାପାଖି ୫ଟି ଅଞ୍ଚଳକୁ ଘେରି ରହିଛନ୍ତି ତେଲଙ୍ଗାନା, ଛତିଶଗଡ଼ ଓ ମହାରାଷ୍ଟ୍ରର ୨୦ ହଜାର ଯବାନ ଅପରେସନରେ ସାମିଲ ହୋଇଛନ୍ତି । ଏହି ତିନି ରାଜ୍ୟରେ ଆରମ୍ଭ ହୋଇଛି ନକ୍ସଲ ନିପାତ ଅଭିଯାନ ।
