ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସୋମବାର ବିବାହ ପୂର୍ବ ସମ୍ପର୍କ ଉପରେ ତୀବ୍ର ମୌଖିକ ପ୍ରତିକ୍ରିୟା ରଖିଛନ୍ତି ।ରିପୋର୍ଟ ଅନୁଯାୟୀ ପୀଡ଼ିତା ଓ ଅଭିଯୁକ୍ତ ୨୦୨୨ ରେ ଏକ ମ୍ୟାଟ୍ରିମୋନିଆଲ୍ ସାଇଟ୍ ଜରିଆରେ ସମ୍ପର୍କରେ ଆସିଥିଲେ। ଅଭିଯୁକ୍ତ ଜଣକ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦିଲ୍ଲୀ ଏବଂ ଦୁବାଇରେ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସମ୍ମତି ବିନା ଅଶ୍ଳୀଳ ଭିଡିଓ ମଧ୍ୟ ରେକର୍ଡ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଭିଯୁକ୍ତ ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ୨୦୨୪ ଜାନୁଆରୀରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ, ଯଦି ବିବାହ ହୋଇନଥିଲା ତେବେ ମହିଳା ଜଣକ ଦୁବାଇ କାହିଁକି ଯାଇଥିଲେ? ଜଷ୍ଟିସ୍ ନାଗରତ୍ନ କହିଥିଲେ, “ବୋଧହୁଏ ଆମେ ପୁରୁଣା ଚିନ୍ତାଧାରାର, କିନ୍ତୁ ବିବାହ ପୂର୍ବରୁ ଜଣେ ପୁଅ ଏବଂ ଝିଅ ଅଜଣା ହୋଇଥାନ୍ତି। ସେମାନଙ୍କ ସମ୍ପର୍କ ଯେତେ ନିବିଡ଼ ହୋଇଥିଲେ ମଧ୍ୟ ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କ ରଖୁଛନ୍ତି, ତାହା ଆମେ ବୁଝିପାରୁନାହୁଁ। ବିବାହ ପୂର୍ବରୁ କାହାକୁ ବି ଅନ୍ଧଭାବେ ବିଶ୍ୱାସ କରିବା ଉଚିତ୍ ନୁହେଁ।”କୋର୍ଟଙ୍କୁ କୁହାଯାଇଥିଲା ଯେ, ୨୦୨୨ ମସିହାରେ ଏକ ମାଟ୍ରିମୋନିଆଲ ସର୍ଭିସ ୱେବସାଇଟ୍‌ ମାଧ୍ୟମରେ ମହିଳା ଅଭିଯୁକ୍ତଙ୍କୁ ଭେଟିଥିଲେ। ଅଭିଯୋଗ ଅନୁଯାୟୀ, ପୁରୁଷ ଜଣକ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଦୁବାଇରେ ଭେଟିଥିଲେ ଏବଂ ଏହି ଆଧାରରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା । ମହିଳାଙ୍କ ଅଜାଣତରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯିବାର ଭିଡିଓ ଚିତ୍ର ଉତ୍ତୋଳନ କରାଯାଇଥିଲା ଏବଂ ଏହାର ପ୍ରସାରଣ କରିଦେବା ନେଇ ଧମକ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ମହିଳା ପରେ ଜାଣିଥିଲେ ଯେ, ଅଭିଯୁକ୍ତ ବିବାହିତ ଏବଂ ଜାନୁଆରୀ ୨୦୨୪ରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ଦ୍ବିତୀୟ ବିବାହ ମଧ୍ୟ କରିଛନ୍ତି।

ଅଧିକ ପଢନ୍ତୁ