ଶାଶୁଘର ଲୋକ ତଣ୍ଟି ଚିପି ବିଷ ପିଆଇ ବୋହୂକୁ ହତ୍ୟା ଅଭିଯୋଗ ଆଣିଲେ ବାପା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗାଁରେ ଯୌତୁକ ପାଇଁ ହତ୍ୟା ଅଭିଯୋଗ । ଗାଁର ୨୩ ବର୍ଷୀୟ ଖିରବତି ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଏନେଇ କେସିଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ। ସୂଚନାଯୋଗ୍ୟ, ଏମ୍‌.ରାମପୁର ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମର କୌତୁକ ସାହୁ କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। କିଛି ମାସ ଭଲରେ ସ୍ବାମୀ ସ୍ତ୍ରୀ ରହି ଆସୁଥିଲେ। କିନ୍ତୁ ହଠାତ୍‌ ଜଗନ୍ନାଥଙ୍କ ପରିବାରର ବାପା, ମା’, ନଣନ୍ଦ ବୋହୂ ଉପରେ ୧ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରିବା ସହ ଯୌତୁକ ଦାବି କରି ନିର୍ଯାତନା ଦେଇ ଶାରୀରିକ କଷ୍ଟ ଦେଉଥିଲେ। ଗତ ୬ ତାରିଖରୁ କ୍ଷୀରବତୀଙ୍କୁ ଖାଇବା ପିଇବା ଦେଇ ନ ଥିଲେ। କ୍ଷୀରବତୀ ବାପା କୌତୁକଙ୍କୁ ଫୋନ କରିବାରୁ ବୁଧବାର ଝିଅକୁ ଦେଖିବାକୁ ଆସିଥିଲେ। ଝିଅର ବାପା ନିଜ ସମ୍ପର୍କୀୟ ଘର ଶିରୋଳ ଗ୍ରାମକୁ ଯାଇଥିଲେ। ବୁଧବାର ରାତିରେ କୌତୁକଙ୍କ ସମୁଦି ରୋମାଞ୍ଚଳ ଫୋନ୍‌ କରି କହିଲେ ଯେ, ତୁମ ଝିଅ ବିଷ ପିଇଛି। କେସିଙ୍ଗା ହସ୍ପିଟାଲକୁ ନେଉଛୁ। ତୁମେ ଆସ ବୋଲି ଫୋନ କରିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ କେସିଙ୍ଗା ମେଡିକାଲରୁ ସମ୍ପୃକ୍ତ ମହିଳାଙ୍କୁ ଭବାନୀପାଟଣା ମେଡିକାଲକୁ ରେଫର୍ କରାଯାଇଥିଲା ମାତ୍ର ଭବାନୀପାଟଣା ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେସିଙ୍ଗା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ଥିଲା । କିନ୍ତୁ ଏ ନେଇ ଝିଅର ବାପା କୌତୁକ ସାହୁ କେସିଙ୍ଗା ଥାନାରେ ଝିଅକୁ ବିଷ ଦେଇ ମାରିଦେଥିବା ଲିଖିତ ଅଭିଯୋଗ କରିଛନ୍ତି |

ଅଧିକ ପଢନ୍ତୁ

Odisha Darpan Digital