
ନୟାଗଡ଼,(ଓଡ଼ିଶା ଦର୍ପଣ) : ଜଣେ ଶିକ୍ଷକ ସବୁଦିନ ପାଇଁ ଶିକ୍ଷକଏବଂ ନମସ୍ୟ, ତା’ର କେବେ ଅବସର ନଥାଏ। ନୟାଗଡ଼ ବ୍ଲକ ଅନ୍ତର୍ଗତ ସାନ ପଣ୍ଡୁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବନମାଳୀ ପରିଡ଼ାଙ୍କ ଆଜି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଯୋଗଦାନ କରିଥିବା ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ସାନ ପଣ୍ଡୁସର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବନିତା ନାୟକ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସଞ୍ଜୟ ମଲ୍ଲିକ, ଧନେଶ୍ୱର ସେଠି, ବ୍ଲକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନ, ସମ୍ପାଦକ ସୁରେଶ ସେଠି, ସନ୍ତୋଷ ସାହୁ,ପ୍ରଫୁଲ୍ଲ ଜେନା, ଚିତ୍ତରଞ୍ଜନ ଦାଶ,ଶରତ ପାଳ, ବିଦ୍ୟାଳୟ କମିଟି ସଭାପତି ଗୋପବନ୍ଧୁ ଭୂୟାଁ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବନମାଳୀ ପରିଡ଼ାଙ୍କୁ ଜଣେ କର୍ମଠ,ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଶେଷରେ ଅବସର ଗ୍ରହଣ କରିଥିବା ଶିକ୍ଷକଙ୍କୁ ସଂପୃକ୍ତ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାଶୀନାଥ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ଅଶୋକ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ।