ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ସାହୁ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପୀତବାସ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜତ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର କୁମାର ସାହୁ,ବରିଷ୍ଠ ଶିକ୍ଷକ ଲକ୍ଷ୍ମୀଧର ସାହୁ, ଶିକ୍ଷକ ଅଶୋକ କୁମାର ମଲ୍ଲ, ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁରେଶ ଚନ୍ଦ୍ର ସେଠି, ସିଆରସିସି ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି ଶିକ୍ଷକ ମାନଙ୍କର ଅବସର ନଥାଏ, ଜଣେ ଶିକ୍ଷକ ବଞ୍ଚିଥିବା ପର୍ଯ୍ୟନ୍ତ ସବୁବେଳେ ଶିକ୍ଷକର ସମ୍ମାନ ପାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଅବସର ଗ୍ରହଣ କରୁଥିବା ଶିକ୍ଷକ ଶ୍ରୀ ସାହୁ ଜଣେ ଆଦର୍ଶ, ନୀତିନିଷ୍ଠ ତଥା ଜଣେ ସମାଜସେବୀ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଜଣେ ବୃକ୍ଷ ପ୍ରେମୀ ଭାବରେ ଅନେକ ବୃକ୍ଷ ରୋପଣ କରି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଅନ୍ୟ ପକ୍ଷରେ ଅବସର ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିବା ସହିତ ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଇଥିବା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ନିଜ ବିଦାୟୀ ଭାଷଣରେ ଉଲ୍ଲେଖ କରିବା ସହିତ ଅନ୍ୟ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ  ଗ୍ରାମ ସଭାପତି ମହାଦେବ ସାହୁ,ଗଙ୍ଗାଧର ବେହେରା, ବାଲୁଙ୍କେଶ୍ୱର ବେହେରା, ବାସୁଦେବ ମୁଦୁଲି, କୁମାର ମୁଦୁଲି, ଲକ୍ଷ୍ମଣ ବେହେରା, ମହେଶ୍ୱର ବେହେରା, ବସନ୍ତ ସାହୁ, ଗୋବିନ୍ଦ ପ୍ରଧାନ ଏବଂ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ  ଜୟଶ୍ରୀ ବେହେରା, ସୁସ୍ମିତା ବେହେରା, ଶୁଭସ୍ମିତା ବେହେରା, ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗଦାନ କରି ଶିକ୍ଷକ ଶ୍ରୀ ସାହୁ ଜଣେ ଛାତ୍ର ବତ୍ସଳ ଏବଂ ଆଦର୍ଶ ଶିକ୍ଷକ ବୋଲି ବର୍ଣ୍ଣନା କରିଥିଲେ। ଶେଷରେ ଅବସର ଗ୍ରହଣ କରିଥିବା  ଶିକ୍ଷକଙ୍କୁ ସଂପୃକ୍ତ ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ମାନପତ୍ର, ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିିତ କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।By :Laxmidhar Sahoo

ଅଧିକ ପଢନ୍ତୁ