ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ । ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି।ଯଦି ସଂପୃକ୍ତ ଶିକ୍ଷକମାନେ TET ପାସ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ।ସେମାନେ ଅବସର ଗ୍ରହଣ ସହିତ ଟର୍ମିନାଲ ବେନିଫିଟ୍ସ ପାଇଁ ଆବେଦନ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ହଜାର ହଜାର ଶିକ୍ଷକ ପ୍ରଭାବିତ ହେବେ । ତେବେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ କିମ୍ବା ନାହିଁ ସେନେଇ ବୃହତ୍ତର ବେଞ୍ଚକୁ ମାମଲା ଉଲ୍ଲେଖ କରାଯାଇଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଅଧିକ ପଢନ୍ତୁ