ଶିମିଳିପାଳକୁ ଆସିବ ଆଉ ଏକ ମହାବଳ ବାଘୁଣୀ

ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ଦ୍ବିତୀୟ ବାଘୁଣୀ । ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯିବ ବାଘୁଣୀ । ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ କରାଯାଇଥିବା ଯୋଜନା ମୁତାବକ ମହାରାଷ୍ଟ୍ରରୁ ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଅଭିମୁଖେ ଗସ୍ତ କରିଥିବା ନେଇ ସୂଚନା ମିଳିଛି ।ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ।

୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର ସ୍ୱତନ୍ତ୍ର ଏନକ୍ଲୋଜର ଭିତରେ ଛଡ଼ା ଯାଇଥିଲା। କିଛି ଦିନ ତଳେ ବାରହା ଶିକାର କରି ଖାଇଥିଲା ଯମୁନା।ବାଘମାନଙ୍କ ବଂଶ ବୃଦ୍ଧି ପାଇଁ ଶିମିଳିପାଳ ପ୍ରକୃଷ୍ଟ ସ୍ଥାନ ବୋଲି NTCA ପକ୍ଷରୁ ସ୍ପଷ୍ଟ ହେବା ପରେ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ ହୋଇଛି । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ଏବଂ ବିଶେଷ କରି କଳାବାଘ ସଂଖ୍ୟା ବଢ଼ୁଥିବାରୁ ମହାବଳ ବାଘର ଜେନେଟିକ୍ ଡାଇଭର୍ସିଟିକୁ ନିୟନ୍ତ୍ରଣରେ ରଖିବାରେ ଏହି ବାଘୁଣୀ ସହାୟକ ହେବ ବୋଲି ବନ ବିଭାଗ ଆଶା ରଖିଛି।

ଅଧିକ ପଢନ୍ତୁ

Odisha Darpan Digital