ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା । ଏହା ରାଜ୍ୟର ଦ୍ବିତୀୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନରେ ରହିଛି । ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ମାତ୍ର ୮୪୫.୭୦ ବର୍ଗ କିଲୋମିଟର ଅଞ୍ଚଳକୁ ଜାତୀୟ ଉଦ୍ୟାନ ଭାବରେ ଘୋଷଣା କରାଗଲା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ବାଘ ରହିଛନ୍ତି । ପୂର୍ବରୁ ରାଜ୍ୟ ସରକାର 2007 ମସିହାରେ ଏହି ଅଭୟାରଣ୍ୟର 1994 ବର୍ଗ କିମି ଅଞ୍ଚଳକୁ ବାଘଙ୍କ ରହଣି ପାଇଁ କୋର କ୍ରିଟିକାଲ ଏରିଆ ଭାବେ ଘୋଷଣା କରିଥିଲେ ।ସେହିପରି ଦକ୍ଷିଣ ପଶ୍ଚିମ ସୀମା ଭାବରେ ଗୁରୁସଦର ପାହାଡ଼ ଠାରୁ ମୁରାରୀ ପର୍ବତ ଯାଏଁ ଚିହ୍ନିତ ହୋଇଛି । ସେହିଠାରୁ ପୁଣି ପଶ୍ଚିମକୁ ବେଲପାଣି ନାଳ ଠାରୁ ଧୁଣ୍ଡୁବସା ଜଳପ୍ରପାତ ପର୍ଯ୍ୟନ୍ତ ରହିଛି । ସେହିପରି ଜାତୀୟ ଉଦ୍ୟାନର ପରିସୀମା ଭିତରେ ସଂଜନାଳ, ଦଲକି ନଦୀ, ଦେବକୁଣ୍ଡ, ବୁଢ଼ାବୁଢ଼ୀ ପାହାଡ଼ର ଅଞ୍ଚଳ ଦେଇ ଦକ୍ଷିଣପୂର୍ବ ସୀମା ରହିଛି । ଶିମିଳିପାଳ ସାଉଥ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ପିଠାବଟା ଉତ୍ତର ବନ୍ୟପ୍ରାଣୀ ରେଞ୍ଜ, ଦକ୍ଷିଣ ବନ୍ୟପ୍ରାଣୀ ରେଞ୍ଜ, ନାଓାନ ବନ୍ୟପ୍ରାଣୀ ରେଞ୍ଜ, ଜେନାବିଲ ବନ୍ୟପ୍ରାଣୀ ରେଞ୍ଜ, ନ୍ୟାଶନାଲ ପାର୍କ ବନ୍ୟପ୍ରାଣୀ ରେଞ୍ଜ, ୟୁବିକେ ବନ୍ୟପ୍ରାଣୀ ରେଞ୍ଜ ଓ ଭଞ୍ଜବସା ବନ୍ୟପ୍ରାଣୀ ରେଞ୍ଜ ରହିଛି। ଶିମିଳିପାଳ ନର୍ଥ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ବରେହିପାଣି ବନୟପ୍ରାଣୀ ରେଞ୍ଜ, ଚହଲା ବନ୍ୟପ୍ରାଣୀ ରେଞ୍ଜ, ନଓାନା ନର୍ଥ ବନ୍ୟପ୍ରାଣୀ ରେଞ୍ଜ, ତଳବନ୍ଧ ବନ୍ୟପ୍ରାଣୀ ରେଞ୍ଜ ରହିଥିବା ସୂଚନା ମିଳିଛି।
