ଶିମିଳିପାଳର କୁମ୍ଭୀର ଗଣନା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, କୁମ୍ଭୀରଙ୍କ ସଂଖ୍ୟା ୮୪କୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ତୁଳନାରେ ୩ ଅଧିକ। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ କୁମ୍ଭୀର ଅଛନ୍ତି । ଜାନୁଆରୀ ୬ରୁ ୮ତାରିଖ ପର୍ଯ୍ୟନ୍ତ ତିନି ଦିନିଆ କୁମ୍ଭୀର ଗଣନା ରିପୋର୍ଟ ଆସିବା ପରେ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ । ଉତ୍ତର ଓ ଦକ୍ଷିଣ ଶିମିଳିପାଳର ମୋଟ ୧୬ଟି ରେଞ୍ଜରେ ଗଣନା ହୋଇଥିଲା ।ଶିମିଳିପାଳ ଏବଂ ଆଖପାଖ ଅଞ୍ଚଳରେ ଗୋମୁହା କିମ୍ବା ମାଗର ପ୍ରଜାତିର ଅଧିକ କୁମ୍ଭୀର ଦେଖାଯାଆନ୍ତି। ଶିମିଳିପାଳ ଦକ୍ଷିଣ ଜଙ୍ଗଲରେ ୭୮ଟି କୁମ୍ଭୀର ଥିବା ବେଳେ ଉତ୍ତର ଜଙ୍ଗଲରେ ଗୋଟିଏ ଏବଂ ରାମତୀର୍ଥରେ ୫ଟି କୁମ୍ଭୀର ଅଛନ୍ତି। ପଶ୍ଚିମ ଦେଓ ନଦୀରେ ସର୍ବାଧିକ ୬୦ଟି କୁମ୍ଭୀର ଅଛନ୍ତି।
