ଶିଳ୍ପପତି ରାହୁଲ ବଜାଜଙ୍କ ୮୩ବର୍ଷରେ ପରଲୋକ

ନୂଆଦିଲ୍ଲୀ,(ଓଡିଶା ଦର୍ପଣ): ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ତଥା ଶିଳ୍ପପତି ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପୁଣେଠାରେ ଦେହାନ୍ତ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିବାବେଳେ ରାହୁଲ ବଜାଜଙ୍କୁ ମିଳିଥିଲା ପଦ୍ମଭୂଷଣ ସମ୍ମାନ । ବାଜଜ ଗ୍ରୁପ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ଦିନ ୨.୩୦ ମିନିଟରେ ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁତ ଦିନ ହେଲା ଅସୁସ୍ଥ ହୋଇପଡିଥିଲେ । ରାହୁଲ ବଜାଜ ଜଣେ ସଫଳ ବ୍ୟବସାୟୀ ଭାବେ ପ୍ରସିଦ୍ଧି ଲାଭ କରିଥିଲେ । ୧୯୬୫ରେ ସେ ବଜାଜ କମ୍ପାନୀ ଦାୟିତ୍ୱ ସମ୍ଭାଳିବା ପରେ କମ୍ପାନୀ ସଫଳତାରେ ଶୀର୍ଷରେ ପହଁଞ୍ଚିଥିଲା । ଦେଶରେ ସ୍କୁଟର ବିକ୍ରି କମ୍ପାନୀ ଗୁଡିକ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଥିଲା ବଜାଜ । ରାହୁଲ ବଜାଜଙ୍କର ଜନ୍ମ ୧୯୩୮ମସିହାରେ କୋଲକାତାର ମାରୱାଡ଼ି ବ୍ୟବସାୟୀ କମଲନୟନ ବଜାଜ ଓ ସାବିତ୍ରୀ ବଜାଜଙ୍କ ପରିବାରରେ ହୋଇଥିଲା । ଦୀର୍ଘ ୫୦ ବର୍ଷ ଧରି ସେ ବଜାଜର ଚେୟାରମ୍ୟାନ ରହିବା ପରେ ୨୦୦୫ରେ ରାହୁଲ ବଜାଜଙ୍କ ପୁଅ ରାଜୀବଙ୍କୁ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ ।

ଅଧିକ ପଢନ୍ତୁ