ଶିଶୁ ପୁତ୍ରର ମୁଣ୍ଡରେ ପଶିଗଲା ଗରା, କଟରରେ କାଟି ଉଦ୍ଧାର କରାଗଲା

ବଜାରରୁ ନୂଆ ଷ୍ଟିଲ ଗରା କିଣି ଆଣିଥିଲେ ବାପା । ଖେଳୁ ଖେଳୁ ଗରାରେ ମୁଣ୍ଡ ଫସାଇ ଦେଲା ୩ ବର୍ଷ ଶିଶୁ ପୁତ୍ର । ୨ ଘଣ୍ଟା ଧରି ହଟହଟା ହେବାପରେ ଶେଷରେ କଟରରେ ଗରା କାଟି ଶିଶୁଟିର ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ । ଏହି ଚିତ୍ରଟି ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗାଁରୁ । ସୂଚନାଯୋଗ୍ୟ ଯେ, କୋରୁକୋଣ୍ଡା ଗ୍ରାମର ପ୍ରଦୀପ ବିଶ୍ୱାସଙ୍କ ପୁଅ ତନ୍ମୟ ବିଶ୍ୱାସଙ୍କ ମୁଣ୍ଡରେ ଏକ ଗରା ପଶି ଯାଇଥିଲା । ପୁଅଟି ଖେଳୁ ଖେଳୁ ହଠାତ ମୁଣ୍ଡରେ ଗରା ପଶି ଯାଇଥିଲା । ତେବେ ପରିବାର ଲୋକେ ପୁଅର ମୁଣ୍ଡରୁ ଗରାକୁ ବାହାର କରିବା ପାଇଁ ଚେଷ୍ଟ କରିଥିଲେ ମଧ୍ୟ ତାହା ବାହାରି ନଥିଲା । ତୁରନ୍ତ ଦମକଳ ବାହିନୀକୁ ଲୋକେ ଯୋଗଯୋଗ କରିଥିଲେ । ଦମକଳ ବାହିନୀ କର୍ମଚାରୀ ସ୍ୱତନ୍ତ୍ର କଟର ଯୋଗେ ଏହାକୁ କାଟି ବାହାର କରିଥିଲେ । ପୁଅଟିର ଅବସ୍ଥା ଭଲ ଥିବା ଜଣାପଡିଛି ।

ଅଧିକ ପଢନ୍ତୁ

Odisha Darpan Digital