ଶିଶୁ ଭବନରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ଅଭିଯୋଗ ।

ଶିଶୁ ଭବନରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ଅଭିଯୋଗ । ଘଟଣାକୁ ନେଇ ଶିଶୁ ଭବନ ଅଧିକ୍ଷକ ଡାକ୍ତର ପ୍ରଭାକର ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଚିକିତ୍ସା ପାଇଁ ବିଦ୍ୟୁତ୍ ଵ୍ୟଵସ୍ଥା ଥିଲା । ଟର୍ଚ୍ଚ ଲାଇଟର ଆବଶ୍ୟକତା ନଥିଲା । ଏହା ଶିଶୁ ଭଵନକୁ ଵଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଛି । ସୂଚନାମୁତାବ ଗତକାଲି ରାତି ପ୍ରାୟ ୮ଟା ରେ ଜଣେ ଦୁଇବର୍ଷର ଶିଶୁ ମୁଣ୍ଡରେ ଆଘାତ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲା । କାଜୁଆଲଟିରେ ଥିବା ଡାକ୍ତର ମାଇନର ଓଟି ରେ ଷ୍ଟିଚ କରିବା ବଦଳରେ ଟର୍ଚ୍ଚା ଲାଇଟରେ ଡ୍ରେସିଂରୁମରେ ଷ୍ଟିଚ୍‌ କରିଥିଲେ । ଏହାର ଭିଡିଓ ମଧ୍ୟ କରାଯାଇଥିଲା । ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ଏକ ୬ ଜଣିଆ କମିଟ ଗଠନ କରିଛନ୍ତି ଅଧୀକ୍ଷକ ।ଯେଉଁମାନେ ଏମରଜେନ୍ସି ସେଵାରେ ଥିଲେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେଵ । କିଛି ଚକ୍ରାନ୍ତକାରୀ ଜାଣିଶୁଣି ଏଭଳି କାର୍ଯ୍ୟ କରିଛନ୍ତି । ତଦନ୍ତ ପରେ ସବୁ ସତ ସାମ୍ନାକୁ ଆସିବ ।

ଅଧିକ ପଢନ୍ତୁ

kc ads