ରାଜ୍ୟରେ ଶୀତର ଲହରୀ ଜାରି ରହିଥିବାବେଳେ ଗୁରୁବାର ନୂଆପଡ଼ାରେ ସର୍ବାଧିକ ଦିନ ତାପମାତ୍ରା ୩୨.୦ ଡିଗ୍ରୀ ଓ ସର୍ବନିମ୍ନ ରାତି ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ୍ ରହିଥିଲା। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ସେଲସିୟସ ଥିବାବେଳେ ରାଉରକେଲା ୧୦.୨, ଝାରସୁଗୁଡ଼ା ୧୦.୪, କିରେଇ ୧୦.୭, କେନ୍ଦୁଝର ୧୧.୨, ଅନୁଗୁଳ ୧୧.୬, କୋରାପୁଟ ୧୧.୮, ଫୁଲବାଣୀ ୧୨, ଢେଙ୍କାନାଳ ୧୨.୩, ଦାରିଙ୍ଗିବାଡ଼ି ୧୨.୫, ଭବାନୀପାଟଣା ୧୨.୨, ସୁନ୍ଦରଗଡ଼ ୧୨, ବାରିପଦା ୧୨.୫, କଟକ ୧୩.୬, ଭୁବନେଶ୍ୱର ୧୫ ଡିଗ୍ରୀ ସେଲସିୟସ୍ ଥିଲା ।
ଗତ ୨୪ ଘଣ୍ଟାରେ ରାଉରକେଲା ସବୁଠୁ ଥଣ୍ଡା ସହର ପାଲଟିଛି । ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ ସେଲସିୟସ ରହିଥିଲା |ମାତ୍ର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ସୁନ୍ଦରଗଡ଼ରେ ଘନ କୁହୁଡ଼ିର ପ୍ରଭାବ ରହିବାକୁ ଥିବାବେଳେ ଝାରସୁଗୁଡ଼ା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଓ ସମ୍ବଲପୁର ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ କୁହୁଡ଼ି ହେବ।