ଶୀତ ଦିନରେ କେଶର ଯତ୍ନ ( ଉଭୟ ପୁଅ ଓ ଝିଅ ପାଇଁ )

ଶୀତଦିନରେ ମାତ୍ରାଧିକ କେଶ ଝଡ଼ିବା ଏକ ପ୍ରମୁଖ ସମସ୍ୟା। ବିଶେଷଜ୍ଞଙ୍କ ମତରେ କେଶ ଝଡିବା ମୁଖ୍ୟ କାରଣ ହେଉଛି ରୁପି। ମୁଣ୍ଡରେ ରୁପି ହେବା ଦ୍ବାରା କେଶ ଅଧିକ ଝଡିଥାଏ। ଯଦି ଆପଣ ଶୀତଦିନ ପ୍ରାରମ୍ଭରୁ ହିଁ କେଶର ଯତ୍ନ ନେବେ, ତେବେ ରୁପି ସମସ୍ୟା ସହଜରେ ଦୂର ହେବ ସହ କେଶ ଝଡିବ ବନ୍ଦ ହୋଇଥାଏ। ତେବେ ଶୀତଦିନେ କେଶ ମୂଳ ଅଧିକ ଶୁଷ୍କ ହୋଇଯାଏ। ତେଣୁ ସପ୍ତାହକୁ ଥରେ କିମ୍ବା ୨ଥର ଉଷୁମ ତେଲ ମାଲିସ କରନ୍ତୁ। ଭୃଙ୍ଗରାଜ,ଅଁଳା,ବ୍ରାହ୍ମୀ ଓ ରାଇସ୍‌ ବ୍ରାନ୍‌ ତେଲ କେଶରେ ଲଗାଇପାରିବେ।

ରୋଜ୍‌ମେରୀ ଭଳି ତେଲକୁ ନଡ଼ିଆତେଲ କିମ୍ବା ଅନ୍ୟ ତେଲରେ ମିଶାଇ ଲଗାନ୍ତୁ।ଅତ୍ୟଧିକ ଥଣ୍ଡା ପ୍ରଭାବରେ କେଶ ଅଧିକ ଶୁଷ୍କ ହୋଇଯାଏ। ତେଣୁ ଏଭଳି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ କେଶକୁ ଭଲଭାବେ ଘୋଡ଼ାଇ ରଖନ୍ତୁ। ଶୀତଦିନେ ଗରମ ପାଣିରେ ସ୍ନାନ କରିବାକୁ ଭଲଲାଗେ, କିନ୍ତୁ ଏହା କେଶ ପାଇଁ କ୍ଷତିକାରକ। ଗରମ ପାଣି ପ୍ରଭାବରେ କେଶର ପ୍ରାକୃତିକ ତୈଳ ଅଂଶ ନଷ୍ଟ ହୋଇଯାଏ। ଫଳରେ କେଶ ରୁକ୍ଷ ଓ ଖରାପ ଦେଖାଯାଏ। ମେଥିଦାନାରେ ନିକୋଟିନିକ୍ ଏସିଡ୍ ଓ ପ୍ରୋଟିନ୍ ପ୍ରଚୁର ପରିମାଣରେ ଥାଏ। ମେଥି ଦାନା ୨ଚାମଚକୁ ରାତିରୁ ଭିଜାଇ ରଖନ୍ତୁ। ସକାଳୁ ଏହାକୁ ବାଟି କେଶମୂଳରେ ୩୦ ମିନିଟ୍ ଲଗାଇ ଶାମ୍ପୁ କରିନେବେ। ଏହା କେଶ ମଜବୁତ୍ କରିବାରେ ସହାୟକ ହୁଏ।

ଅଧିକ ପଢନ୍ତୁ

Odisha Darpan Digital