ଶୁକ୍ରବାର ସକାଳେ ଡାଉନ୍‌ ହୋଇଯଇଛି ମାଇକ୍ରୋସଫ୍ଟ ସର୍ଭର।

ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହୋଇଛି। କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କିଂ ସେବା, ସପିଂ ମଲରେ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।। ସ୍ପାଇସଜେଟ୍ ଓ ଇଣ୍ଡିଗୋ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେବଳ ବିମାନ ସେବା ନୁହେଁ, ବରଂ ଅନେକ ଦେଶରେ ବ୍ୟାଙ୍କିଂ ସେବାଠୁ ଆରମ୍ଭ କରି ଟିକେଟ୍ ବୁକିଂ ଏବଂ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି ।ସର୍ଭର ହେଉଛି କମ୍ପ୍ୟୁଟରର ଏକ ବିଶେଷ ଉପକରଣ ଯାହାକି ନେଟଓ୍ବାର୍କ ଦ୍ୱାରା ଅନ୍ୟ କମ୍ପ୍ୟୁଟରକୁ ତଥ୍ୟ ଓ ସେବା ପ୍ରଦାନ କରିଥାଏ କିମ୍ବା ପ୍ରୋଗ୍ରାମ ଚଲାଇଥାଏ। ସାଧାରଣତଃ ସର୍ଭର ସହିତ ସଂଯୁକ୍ତ କମ୍ପ୍ୟୁଟର ଏବଂ ମୋବାଇଲକୁ ସର୍ଭରର କ୍ଲାଏଣ୍ଟ କୁହାଯାଏ। କୁହାଯାଇପାରେ ଯେ ସର୍ଭର ଏପରି ଏକ ସେଣ୍ଟର୍‌ ମେସିନ ହୋଇଥାଏ, ଯାହା ପୁରା ନେଟୱାର୍କରେ କାର୍ଯ୍ୟ କରୁଥିବା କମ୍ପ୍ୟୁଟରଗୁଡ଼ିକର ସମସ୍ତ ଆବଶ୍ୟକୀୟ ତଥ୍ୟ କିମ୍ବା ପ୍ରୋଗ୍ରାମ ଗଚ୍ଛିତ କରି ରଖିଥାଏ।

ଏହି କାରଣରୁ, ରିଅଲ ଟାଇମରେ ସମସ୍ତ ଡାଟାଓ୍ବାର୍କ ସେହି ନେଟୱାର୍କରେ ଉପଲବ୍ଧ ହୋଇଯାଏ।ଯଦି ଆପଣଙ୍କ ଭୌତିିକ ମେସିନରେ କରେଣ୍ଟ ଚାଲିଯାଏ ତେବେ ସର୍ଭର ଡାଉନ୍‌ ହୋଇଥାଏ। ଯଦି ଆପଣଙ୍କର କମ୍ପ୍ୟୁଟରର ହାର୍ଡ ଡ୍ରାଇଭ, ନେଟୱାର୍କ କାର୍ଡ କିମ୍ବା CPU ଖରାପ ହୋଇଯାଏ ସେତେବେଳେ ସର୍ଭର ଡାଉନ୍‌ ହୋଇଥାଏ। ସର୍ଭରର ଅପରେଟିଂ ସିଷ୍ଟମ କିମ୍ବା ସଫ୍ଟୱେର୍‌ ସହିତ ସମସ୍ୟାଗୁଡ଼ିକରେ ମଧ୍ୟ ସର୍ଭର ଡାଉନ୍‌ ହୁଏ।ଅନେକ ଥର ମାଲୱେର୍‌ ଏବଂ ଭାଇରସ ସଫ୍ଟୱେର୍‌ ସର୍ଭରକୁ ସଂକ୍ରମିତ କରିଥାଏ, ଯାହାଦ୍ୱାରା ତ୍ରୁଟି ଦେଖା ଦେଇଥାଏ। ସାଇବର ଆଟାକ୍‌ ମଧ୍ୟ ସର୍ଭରକୁ କ୍ଷତି ପହଞ୍ଚାଇ ଥାଏ ଏବଂ ସର୍ଭର ଡାଉନ୍‌ କରିପାରେ।

ଅଧିକ ପଢନ୍ତୁ

kc ads