ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ନାସାର ଅକ୍ସିଅମ-୪ ଅଭିଯାନରେ ମହାକାଶ ଯାତ୍ରା କରିଥିବା ଭାରତୀୟ ବାୟୁସେନା ଅଧିକାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଶୁଭାଂଶୁଙ୍କ ସହ ଆଲୋଚନା ବେଳେ କହିଛନ୍ତି, ଆଜି ଆପଣ ଭାରତଭୂମିଠାରୁ ଦୂରରେ ଅଛନ୍ତି, କିନ୍ତୁ ଭାରତବାସୀଙ୍କର ଅତି ନିକଟରେ ରହିଛନ୍ତି। ମୋଦି ଭିଡିଓ କଲ ମାଧ୍ୟମରେ ଶୁଭାଂଶୁଙ୍କ ସହ ଯୋଗାଯୋଗ କରିବା ସମୟରେ ତାଙ୍କ ସାହସ ଏବଂ ଯୋଗଦାନକୁ ପ୍ରଶଂସା କରିଥିଲେ। ପରେ ଶୁଭାଂଶୁ ମହାକାଶରୁ ଭାରତ ଭବ୍ୟ ଦେଖାଯାଉଥିବା କହିଥିବା ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଏହାଛଡ଼ା ଶୁଭାଂଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗାଜର ହାଲୱା ଏବଂ ଆମ୍ବ ରସ ମହାକାଶକୁ ନେବା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଏହା କେବଳ ମୋର ଯାତ୍ରା ନୁହେଁ, ବରଂ ଆମ ଦେଶର ଯାତ୍ରା ମଧ୍ୟ, ମୁଁ ଭାରତକୁ ପ୍ରତିନିଧିତ୍ୱ କରି ଗର୍ବିତ। ତେବେ ମୋଦୀ ତାଙ୍କୁ ସେଠାରେ ସବୁ ଠିକଠାକ ଅଛି କି ବୋଲି ପଚାରିଥିଲେ।

ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇ କହିଛନ୍ତି, ସବୁ ଠିକଠାକ ଅଛି। ସେ ସୁସ୍ଥ ଅଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଏବଂ ଭଲପାଇବା ଯୋଗୁ ତାଙ୍କୁ ଭଲ ଲାଗୁଛି। ରାକେଶ ଶର୍ମାଙ୍କ ପରେ, ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ମଧ୍ୟ 41 ବର୍ଷରୁ ଅଧିକ ସମୟ ମଧ୍ୟରେ ମହାକାଶକୁ ଯାଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ହୋଇଥିଲେ, ଯାହା ଦେଶ ପାଇଁ ଏକ ଐତିହାସିକ ମୂହୁର୍ତ୍ତରେ ପରିଣତ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital